ବଲାଙ୍ଗିର ଜିଲ୍ଲାରେ କିଚେନ୍‌ କୁଇନ୍‌ ବିଜେତାଙ୍କୁ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲ୍‌ ପକ୍ଷରୁ କିଚେନ କୁଇନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କର ପ୍ରତିଭା କିଭଳି ଭାବରେ ଲୋକଲୋଚନକୁ ଆସିବ, ସେ ନେଇ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା । ତେବେ ଏଥିରେ ପ୍ରଥମ ସ୍ଥାନ ପୁଷ୍ପାଞ୍ଜଳି ବୁଡେକ, ଦ୍ୱିତୀୟ ସ୍ଥାନ ସୁଦେଷ୍ଣା ମିଶ୍ର, ତୃତୀୟ ସ୍ଥାନ ବର୍ଷାରାଣୀ ପୁରୋହିତଙ୍କୁ ବିଜେତା ଭାବେ ଘୋଷଣା କରି ଟ୍ରଫି ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦୀପି ପନୂଆ ପରିଚାଳନା କରିଥିବା ବେଳେ କ୍ୟାମେରାରେ ଭୁପିନ୍ଦ୍ର ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ । ସଭାପତି ତରୁଣ ବେହେରା ଓ ସମ୍ପାଦକ ଅଜିତ କୁମାର ସାହୁ ରହିଥିବା ବେଳେ ସଇଁନ୍ତଲା ଜୀବନ ଜ୍ୟାତି ମେଡ଼ିକାଲର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

11 − 10 =

error: Content is protected !!