କରମସାନୀ ବାୟକ ହୋଇ ପରିବାର ଚଳାଉଛନ୍ତି ଯୁବ ବାୟକ ଚଞ୍ଚଳ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଚଞ୍ଚଳ ଦାସ(୧୭) ଜଣେ କରମସାନୀ ବାୟକ ଭାବରେ ବିଜେପୁର ତଥା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ପରିବାର କହିଲେ ବାପା ସୁରେନ୍ଦ୍ର ଦାସ ଜଣେ ମୃଦଙ୍ଗ ବାୟକ, ମାତା ବଲ୍ଲଭି ଦାସ ଜଣେ ଗୃହିଣୀ ଏବଂ ଜଣେ ଭାଇ ଓ ଭଉଣୀ ଅଛନ୍ତି । ପିଲାଟି ଦିନରୁ କରମସାନୀ ବାୟକ ହେବାର ନିଶା ତାଙ୍କୁ ଏହି ଦିଗକୁ ଅଗ୍ରସର କରିଥିଲା । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରୁ ସେ ଏହି କଳା ଉପରେ ଆକୃଷ୍ଟ ହୋଇଥିଲେ । ପ୍ରଥମେ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମରେ ଶିଶୁ ବାୟକ ଭାବରେ ଭାଗ ନେଇଥିବା ଚଞ୍ଚଳ ପରବର୍ତ୍ତୀ ସମୟରେ ବରଗଡ଼ ଧନୁଯାତ୍ରା ମଣ୍ଡପରେ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ନେଇଥିଲେ । ଏହାଛଡା ଗାଁର ନୂଆଖାଇ କାର୍ଯ୍ୟକ୍ରମ ସମୟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଯୋଗୁଁ ଗ୍ରାମବାସୀ ଉତ୍ସାହିତ କରିଥିଲେ । ଏହିଭଳି ଭାବରେ ଧିରେ ଧିରେ ଅନ୍ୟ ଗାଁମାନଙ୍କୁ ଯାଇ କରମସାନୀ ବାୟକ ଭାବରେ ନିଜର ତଥା ନିଜ ଗାଁର ନାମକୁ ଆଗକୁ ନେଇ ଚାଲିଛନ୍ତି ଚଞ୍ଚଳ । ସେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ପରିବାର ପ୍ରତିପୋଷଣ କରିବା ପାଇଁ ଏହି ବୃତ୍ତିକୁ ଆପଣାଇ ନେଇଥିବା କହିଛନ୍ତି ।

Leave A Reply

Your email address will not be published.

five × two =

error: Content is protected !!