pakka

ଜୈବିକ ତରଳ ଖତ ସାର ପ୍ରସ୍ତୁତି ଓ ବ୍ୟବହାର ତାଲିମ ଶିବିର

bbehera

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ଟେର୍ଚାପଲା ଠାରେ ଶୁକ୍ରବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜୈବିକ ତରଳ ଖତ ସାର ପ୍ରସ୍ତୁତି ଓ ବ୍ୟବହାର ଉପରେ ତାଲିମ ଶିବିର ଆୟୋଜନ ହୋଇଯାଇଛି । ଏଥିରେ ତାଲିମ ଦାତା ଭାବେ ଜୈବିକ ଚାଷୀ ଜଳନ୍ଧର ଭୋଇ ଯୋଗଦେଇ ଗାଁରେ ମିଳୁଥିବା ବିଭିନ୍ନ ପ୍ରକାର ଗଛର ପତ୍ର, ଗାଈ ଗୋବର, ଗାଈ ପରିସ୍ରାକୁ ପାଣିରେ ମିଶେଇ ପ୍ରସ୍ତୁତି ହେଉଥିବା ନିମାସ୍ତ୍ର ଔଷଧକୁ ଚାଷୀମାନେ ତାଙ୍କ ପନିପରିବା ଓ ଅନ୍ୟାନ୍ୟ ଚାଷରେ ପ୍ରୟୋଗ କରି କିଟକୁ ପ୍ରତିରୋଧ କରିପାରିବେ ବୋଲି କହିବା ସହ ଔଷଧ ତିଆରି କରିବା ମଧ୍ୟ ଶିଖାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ବିକାଶ ସମିତିର ସମ୍ପାଦକ ନନ୍ଦି କିଶୋର ମାଝୀ, ଉଦ୍ୟୋଗ ମିତ୍ର ତେଜରାଜ ତାଣ୍ଡି, ଚାଷୀ ଜୀବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ରହି ରାସାୟନିକ ସାର ଓ ଜୈବିକ ସାର ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ତିରିଶ ଜଣ ପୁରୁଷ ଓ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

five × four =