jayashree

ବଲାଙ୍ଗିର ଜିଲ୍ଲାରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ତଥାପି ସଚେତନତା ଲୋଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଖସିବାରେ ଲାଗିଛି । ଏପରିକି ଆଜି ଶହେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ତଥାପି ସଚେତନତାର ଆବଶ୍ୟକତା ରହିଛି । କରୋନାର ତୃତୀୟ ଲହରକୁ ନେଇ ନାନା ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ତଥା ଆଶଙ୍କା ଲାଗି ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ଦ୍ୱିତୀୟ ଲହର ରାଜ୍ୟରେ ତାର କାୟା ବିସ୍ତାରରୁ ଓହରିନାହିଁ । ପ୍ରତ୍ୟହ ଅନେକ ନିରୀହ ପ୍ରାଣ ନେଉଛି କରୋନା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲାଙ୍ଗିରବାସୀ କରୋନା ସଂକ୍ରମଣକୁ ହାଲୁକା ଭାବରେ ନନେଇ ସଚେତନ ରହିବା ଏକାନ୍ତ ଆବଶ୍ୟକ ବୋଲି କୁହାଯାଉଛି । ଅତ୍ୟନ୍ତ ଆବଶ୍ୟକ ନ ହେଲେ ଘରୁ ନବାହାରିବା, ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର୍‌ ବ୍ୟବହାର କରିବା, ବାରମ୍ବାର ହାତ ଧୋଇବା ତଥା ପରିବେଶ ସ୍ୱଚ୍ଛ ରଖିବା ଦିଗକୁ ବିଶେଷ ଧ୍ୟାନ ଦିଆଯିବା ଅତ୍ୟନ୍ତ ଆବଶ୍ୟକ । ସମସ୍ତେ ସଚେତନ ହେଲେ କରୋନାକୁ ପରାସ୍ତା କରାଯାଇ ପାରିବ ।

Leave A Reply

Your email address will not be published.