ରାସ୍ତାକଡ଼ ପୋଖରୀକୁ ଖସିଲା ୧୪ ଚକିଆ ଟ୍ରକ୍ : ଡ୍ରାଇଭର୍ ଓ ହେଲ୍‌ପର୍ ଗୁରୁତର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଭେଲୋରା ବାଇତପଡାଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିଲା ପିଆଜ ବୋଝେଇ ୧୪ ଚକିଆ ଟ୍ରକ୍ । ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର୍ ଓ ହେଲ୍‌ପର୍ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଆଜି ଭୋର ସମୟରେ ନାସିକରୁ ଏକ ୧୪ ଚକିଆ ଟ୍ରକ୍ ପିଆଜ ବୋଝେଇ କରି ସିଂଲା ଥାନା ପାଉଁଶକୁଲକୁ ଆସୁଥିଲା । ଏହି ସମୟରେ ଟ୍ରକ୍‌ଟି ଭେଲୋରା ବାଇତପଡ଼ାଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଉଭୟ ଟ୍ରକ୍ ଡ୍ରାଇଭର୍ ଏବଂ ହେଲ୍‌ପର୍ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ସିଂଲା ପୋଲିସ ପହଁଚି ଟ୍ରକକୁ ଜବତ କରିଛି ।

Leave A Reply

Your email address will not be published.