କେଶରୀୟା ହିନ୍ଦୁ ବାହିନୀର ନେତୃବୃନ୍ଦଙ୍କୁ ଆକ୍ରମଣ ଅଭିଯୋଗ

ମୁରିବାହାଲ , (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ ଠାରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା ତତ୍ ସଙ୍ଗେ ସଙ୍ଗେ ବ୍ଲକରେ ଶୁଖିଲା ଖାଦ୍ୟ ସହ ମାସ୍କ୍ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଥିଲା । ସଭାକୁ ପହଞ୍ଚିଲା ପରେ ସେହି ଅଞ୍ଚଳରେ ଚୋରା ଗାଈ ଚାଲାଣ କରାଯାଉଥିଲାା, ଯାହାକୁ ବ୍ଲକ କାର୍ଯ୍ୟକର୍ତ୍ତା, ଜିଲ୍ଲା କାର୍ଯ୍ୟକର୍ତ୍ତା ଏବଂ ରାଜ୍ୟ ସଭାପତି ଏକା ସଙ୍ଗେ ଗାଈ ଚାଲାଣକୁ ବିରୋଧ କରିଥିଲେ । ସେମାନଙ୍କ ସହିତ ଆଲୋଚନା କଲାବେଳେ ସେମାନେ ଅତର୍କିତ ଭାବେ କେଶରୀୟା ହିନ୍ଦୁ ବାହିନୀ କାର୍ଯ୍ୟକର୍ତ୍ତାଙ୍କ ଉପରକୁ ଆକ୍ରମଣ କରିଥିଲେ, ଯେଉଁଥିରେ କି ରାଜ୍ୟ ସଭାପତି, ବ୍ଲକ ସଭାପତି, ଉପସଭାପତି ଆହତ ହେବା ପରେ ଲିଖିତ ଆକାରରେ ମୁରିବାହାଲ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଥିବା କୁହାଯାଇଛି । ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଦାବୀ କାରଯାଇଛି ।

Leave A Reply

Your email address will not be published.

two + seven =