jsm

ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ କେଶରୀୟା ହିନ୍ଦୁ ବାହିନୀର ଆଲୋଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ଦନ୍ତା ହାତୀକୁ ଅତି ଶୀଘ୍ର ଆୟତ୍ତ କରିବା ନେଇ ଆଲୋଚନା କରିଥିଲେ । ଗତ ତା ୭-୫-୨୦୨୧ ଦିନ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଭୋଳ ଏବଂ ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ନରହନ୍ତା ଦନ୍ତା ହାତୀକୁ କାବୁ କରିବା ପାଇଁ ଏକ ଦାବୀପତ୍ର ଦିଆଯାଇଥିଲା । ଏହି ହାତୀଟି ବଲାଙ୍ଗିର ଜିଲ୍ଲା ଏବଂ ଏହାର ପାଖାପାଖି ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ତାଣ୍ଡବ ଲୀଳା ଚଳାଇଛି । ହାତୀ ଟି ଏହି ଅଞ୍ଚଲରେ ପାଖାପାଖି ୯ ଜଣଙ୍କୁ ଆକ୍ରମଣ କରି ହତ୍ୟା କରିସାରିଲାଣି । ତେବେ ହାତୀଟିକୁ କାବୁ କରିବାକୁ ନେଇ ଦାବୀପତ୍ର ଦେଲା ପରେ ବନଖଣ୍ଡ ଅଧିକାରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଏହି ଭିତରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ଏବଂ ଏହି ସମୟ ମଧ୍ୟରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ୍ୟୁ ବରଣ କରିସାରିଥିବା ବେଳେ ଆଉ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଣୁ ଆଜି ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ହାତୀକୁ ଅତିଶୀଘ୍ର ଆୟତ୍ତ କରିବାକୁ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଅନୁରୋଧ କରାଯାଇଛି ।

yuvodaya
Leave A Reply

Your email address will not be published.