csstore

ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ଏ ଏସ ଆଇ ଭାବେ ସେୱାନ କେରକେଟାଙ୍କୁ ପୁରସ୍କୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ବଲାଙ୍ଗିର ପୋଲିସ ଏ ଏସ ଆଇ ସେୱାନ କେରକେଟାଙ୍କୁ ଜିଲ୍ଲାର ଶ୍ରେଷ୍ଠ ଉପ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବେ ପୁରସ୍କୃତ କରିଛନ୍ତି । କର୍ତ୍ତବ୍ୟନିଷ୍ଠା, ସେବା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକ ଅଭିଳାଷ ଜି. ମାନପତ୍ର ସହ ତାଙ୍କୁ ପୁରସ୍କୃତ କରିଛନ୍ତି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲାର କୁଆରମୁଣ୍ଡା ବ୍ଲକ ମୋଗୋଟୋଲୀ ଗ୍ରାମର ସ୍ୱର୍ଗୀୟ ସାମୁଏଲ କେରକେଟା ମାତା ସାଲମୀ କେରକେଟାଙ୍କ ଦ୍ଵିତୀୟ ପୁତ୍ର ସେୱାନ କେରକେଟା ୧୯୮୭ ମସିହାରେ ଓଡିଶା ପୋଲିସରେ କନେଷ୍ଟବଲ ଭାବେ ଯୋଗଦାନ କରିଥିଲେ । ୨୦୧୩ ମସିହାରେ ଉପ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବରେ ସେ ପଦୋନ୍ନତି ପାଇଥିଲେ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଫାଣ୍ଡି ଇନଚାର୍ଜ ଭାବରେ ୨୦୧୭ ଜାନୁଆରୀ ମାସରେ ଯୋଗଦାନ କରିବା ପରେ ନିଜର ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଇ ଆସୁଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ଏବଂ କାର୍ଯ୍ୟଦକ୍ଷତା ପାଇଁ ସେ ବିଭିନ୍ନ ସମୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ୩୪ ଥର ଉତ୍ତମ ସେବାପତ୍ର, ୬ଟି ପ୍ରଶଂସାପତ୍ର ଏବଂ ୨୩ଟି ଅର୍ଥ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ବର୍ତ୍ତମାନ କିଛି ଦିନ ତଳେ ତାଙ୍କର ବଦଳି କଣ୍ଟାବାଞ୍ଜି କୋର୍ଟକୁ ହୋଇଥିବାବେଳେ ସେଠାରେ ସେ କାର୍ଯ୍ୟରତ ଅଛନ୍ତି । ତାଙ୍କର ବଡ ଭାଇ ପୋଲିସ ବିଭାଗର ଡ୍ରିଲ୍ ସବ ଇନ୍ସପେକ୍ଟର ଭାବେ ଅବସର ନେଇଁଥିବା ବେଳେ, ଗୋଟିଏ ଭାଇ ସମ୍ବଲପୁର ପୋଲିସରେ କନେଷ୍ଟବଲ ଭାବେ କାର୍ଯ୍ୟରତ, ଆଉ ଗୋଟିଏ ଭାଇ ସ୍କୁଲ ଶିକ୍ଷକ ଭାବେ ନିୟୋଜିତ ଏବଂ ସାନ ଭାଇ ଦେବଗଡ଼ ଟାଉନ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ପରିବାରର ୪ରି ଭାଇ ଓଡିଶା ପୋଲିସର ସେବାରେ ନିୟୋଜିତ ଥିବାବେଳେ ସେୱାନ କେରକେଟାଙ୍କ ପୁତ୍ର ସଞ୍ଜୀବ କେରକେଟା ବୁର୍ଲା ମେଡିକାଲରେ ଡାକ୍ତର ଭାବେ ନିୟୋଜିତ ଥାଇ ନିଃସ୍ୱାର୍ଥ ରୋଗୀଙ୍କ ସେବା କରୁଛନ୍ତି । ଶ୍ରୀ କେରକେଟାଙ୍କ କର୍ତ୍ତବ୍ୟନିଷ୍ଠା, ସେବା ଏବଂ କାର୍ଯ୍ୟଦକ୍ଷତା ପାଇଁ ଜିଲ୍ଲା ଶ୍ରେଷ୍ଠ ଏଏସଆଇ ଭାବେ ମାନପତ୍ର ପାଇଥିବା ନେଇ ଗ୍ରାମରେ ଖଵର ପହଞ୍ଚିବା ପରେ ପରିବାର, ବନ୍ଧୁବାନ୍ଧବ, ସମ୍ପର୍କୀୟ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିବା ସହ ପ୍ରଶଂସାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.