csstore

୫ରୁ ବଙ୍ଗୋମୁଣ୍ଡାରେ ଶ୍ରୀ ଶ୍ରୀ ରାମ ନବମୀ ପୂଜନୋତ୍ସବ ଓ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେ ଶ୍ରୀ ରାମନବମୀ ପୂଜା କମିଟୀ ତଥା ବଙ୍ଗୋମୁଣ୍ଡା ଗ୍ରାମବାସୀ ବୃନ୍ଦଙ୍କ ସହ ଯୋଗରେ ଆସନ୍ତା ୫ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରାମ ନବମୀ ପୂଜନୋତ୍ସବ ଓ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ୫ ତାରିଖ ଅପରାହ୍ନରେ କଲସଯାତ୍ରା ଓ ଅଧିବାସ, ୬ ତାରିଖ ସକାଳ ୭ ଘଟିକାରେ ନାମ ଆରମ୍ଭ ହୋଇ ୮ ତାରିଖ ଦିନ ପୂର୍ଣ୍ଣାହୂତୀ ହେବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ମିଲିଛି । ଏଥିରେ କର୍ତ୍ତା ଭାବେ ସନ୍ତୋଷ ଅଗ୍ରୱାଲ ଓ ତାଙ୍କ ସହ ଧର୍ମିଣୀ ସୁଜାତାଦେବୀ ଅଗ୍ରୱାଲ ଦାୟିତ୍ୱ ତୁଲାଇବେ । ଶ୍ରୀ ରାମ ନବମୀ ପୂଜା କମିଟୀର ଅଧ୍ୟକ୍ଷ ତଥା ବଙ୍ଗୋମୁଣ୍ଡା ସରପଂଚ ଅଜିତ କୁମାର ଯୋଶୀ, ସଭାପତି ନିଲାଂଚଳ ଥନାପତି, କାର୍ଯ୍ୟକାରୀ ସଭାପତି ନାରାୟଣ ମିଶ୍ର, ଉପସଭାପତି କପିଲ ଅଗ୍ରୱାଲ, ଠାକୁର ଛତ୍ରିଆ, ସମ୍ପାଦକ ଯଶୋବନ୍ତ ବାଗ, ସହ ସମ୍ପାଦକ ରମେଶ ଜୈନ, କୋଷାଧ୍ୟକ୍ଷ ସନ୍ତୋଷ ଜୈନ, ପ୍ରଚାର ପ୍ରସାର କମିଟୀ ହୁଲେଶ୍ୱର ହଂସ, ଅଶୋକ ନାରାୟଣ ଭୋଇ, ଦୀପକ କୁମାର ଦାସ ଯାଦବ, ରଶ୍ମିରଞ୍ଜନ ପୁଟେଲ, ରାଧେଶ୍ୟାମ ମେହେର, ସୁଶାନ୍ତ ବେହେରା, ସଦସ୍ୟ ସୁଶାନ୍ତ କୁମାର ଯୋଶୀ, କ୍ଷୀର ସାହୁ, ପଦ୍ମନାଭ ବାରିକ, ଧରମ ବାରିକ, ସୁଶାନ୍ତ ବାରିକ, ନାଟୁ ବାରିକ, ନରେଶ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ବସନ୍ତ ଜୈନ, ଅନିଲ ଗୁପ୍ତା, ଦୁର୍ଗା ବନଛୋର, ବିନୋଦ ପୁଟେଲ, ଭାଗିରଥି ପୁଟେଲ, ପିଣ୍ଟୁ ଦାସ, ପରିକ୍ଷିତ ସାହୁ, ବାବାଜି ଦାସ, ପିଣ୍ଟୁ ପାତ୍ର, ଆୟୁଷ ସାହୁ, ନିଲାଂଚଳ ସା, ଚମ୍ପେ ସାହୁ, ସୁନିଷ ପ୍ରଧାନୀ, ଜଗନ୍ନାଥ ଭୋଇ, ଚମାର ସେଠ୍‌, ବାସୁ ମହାଲିକ, ବିନୋଦ ବାରିକ, ନୂଆଁ ମନହୀରା, ଶୁଭମ ଅଗ୍ରୱାଲ, ମଧୁ ଭୋଇ, ବିକାଶ ପୁଟେଲ ପ୍ରମୁଖଙ୍କ ସହ ଗ୍ରାମବାସୀ ପ୍ରସ୍ତୁତିକୁ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଅଂଚଲର ବିଭିନ୍ନ ସଂକୀର୍ତ୍ତନ ଦଳ ସାମିଲ ହେବେ ବୋଲି କମିଟୀ ପକ୍ଷରୁ ସୂଚନା ମିଲିଛି ।

jayashree
Leave A Reply

Your email address will not be published.