ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା, ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ହେଉଛି ଓମଭ୍ୟାଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅଫୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ସହରରେ ପରିଚିତ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମ ଭ୍ୟାଲି ସ୍କୁଲ ସର୍ବଦା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦେଇଆସିଛି । ସ୍ଫୁର୍ତ୍ତ ଓ ସକ୍ରିୟ ରହିବା ନିମନ୍ତେ ଶିକ୍ଷାର୍ଥୀଙ୍କୁ ଶାରୀରିକ ବ୍ୟାୟାମ ନିହାତି ଆବଶ୍ୟକ । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର ନିମନ୍ତେ ଶାରୀରିକ ବ୍ୟାୟାମ ଆବଶ୍ୟକ ଅଟେ । ଆଜିର ଆଧୁନିକ ଯୁଗରେ ସେହିପରି ଆତ୍ମସୁରକ୍ଷା କ୍ଷେତ୍ରରେ ସଂପ୍ରତି କରାଟେ ଶିକ୍ଷାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ।
ଏହି ପରିପ୍ରେକ୍ଷୀରେ ରବିବାର ଦିନ ଓମ ଭ୍ୟାଲି ସ୍କୁଲ ପରିସରରେ ୩୧ତମ ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଉତ୍ସାହର ସହିତ ୬ ବର୍ଷରୁ ୨୧ ବର୍ଷର ୨୩୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ୨୬ ଜଣ ଖେଳ ପରିଚାଳକ ଓ ବିଚାରକ ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ । କରାଟେ ଇଣ୍ଡିଆ ସଂଗଠନ ଏବଂ ଉତ୍କଳ କରାଟେ ସଂଗଠନ ତରଫରୁ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସେନସେଇ ସୁରେଶ ଚନ୍ଦ୍ର ଜାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗିତାଟି ଅତ୍ୟନ୍ତ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ମୁଖ୍ୟ ଅତିଥି, ପ୍ରଦୀପ ବାଗ ସମ୍ମାନିତ ଅତିଥି, ଲାୟନ୍ସ୍ କ୍ଲବ ସଭାପତି ସନ୍ତୋଷ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଏବଂ ଓମ ଭ୍ୟାଲି ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ । ଏହାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସଂଧ୍ୟା ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟର ଚେୟାରମେନ ଲାୟନ ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ କ୍ରୀଡ଼ାବିତ୍ମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ ସ୍ଥାନରୁ ପରିଚାଳକ ଏବଂ ବିଚାରକଗଣ ଭାବେ ସୁରେଶ ଚନ୍ଦ୍ର ଜାଲ, ମନୀଷା ଜାଲ, ରାହୁଲ ଜାଲ, ଜିତୁ ପୃଷ୍ଟି , କୃଷ୍ଣସିଂ ପାତ୍ର, ବ୍ୟୋମକେଶ ବେହେରା, ପ୍ରହଲ୍ଲାଦ ସାହୁ, କ୍ଷୀରୋଦ କୁମାର ସୁନା, ମୁକେଶ ସାହୁ, କେଦାର କବାଟ, ବଲାଙ୍ଗିରରୁ ହୃଦୟ ଶବର, ପର୍ଶୁରାମ ସ୍ୱାଇଁ, ବିନୋଦିନୀ ଠେଲା, ଚନ୍ଦ୍ରଶେଖର ସେଠ, ମୁରଲୀ ମହାକୁର, ଭଗବତୀ ଭୋଇ, ଫିରୋଜ ସାର, ସମ୍ବଲପୁରରୁ ଭବାନୀ ଶଙ୍କର ପଣ୍ଡା, ମଣ୍ଟୁ ଯୋଶୀ, ସମୀର ରଞ୍ଜନ ବହିଦାର, ସର୍ବେଶ ଅଗ୍ରୱାଲ, ଲିଙ୍ଗରାଜ ମେହେର (ବଙ୍ଗୋମୁଣ୍ଡା), ନବୀନ ମେହେର(ବେଲପଡା), ଧର୍ମେଶ ମେହେର(ଖରିଆର), ଗୋପାଳ ଚନ୍ଦ୍ର ଦୀପ(ସିନ୍ଧେକେଲା), ବାସୁଦେବ ବାହାକ (ବେଲପଡା) ।