ଅସହାୟ ଅବସ୍ଥାରେ ସୁମିତ୍ରା ବୁଡେକ : କେବେ ଦୁଃଖ ବୁଝିବେ ସରକାର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ କଷ୍ଟ ଓ ଅନ୍ୟାନ୍ୟ ଅସୁବିଧା । ଅନେକ ରୋଗର ଶିକାର ହେବା ପରେ ଏବେ ପଡ଼ି ରହିଛି ଖଟରେ । ଏପଟେ ସ୍ଵାମୀଙ୍କୁ ହରାଇ ବେସାହାରା । ବହୁ କାକୁତି ମିନତି କଲା ପରେ ଏଥର ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ଦେହ ଅସୁସ୍ଥ ହେତୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପଟେ ଘର ଖଣ୍ଡିଏ ପାଇଁ ବହୁ ଅଫିସର ନେତାଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ଫଳପ୍ରଦ ହୋଇ ନଥିବା ଶୋକଭରା କଣ୍ଠରେ ଗୁହାରୀ କରୁଛନ୍ତି ସୁମିତ୍ରା ବୁଡେକ । ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧା ହେଉ ଥିବାରୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡିଏ ଦେଲେ ଆମ ପରିବାର ଭଲରେ ରହିପାରିବୁ ବୋଲି ପ୍ରକାଶ କରିଛନ୍ତି ସେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମର ଆଦିବାସୀ ସଂପ୍ରଦାୟର ସୁମିତ୍ରା ବୁଡେକ ସରକାରୀ ଅନୁଦାନରେ ଘର ଖଣ୍ଡିଏ ପାଇଁ କାକୁନି ମିନତି ହୋଇଛନ୍ତି । ସରକାର ଏତେ ଗୁଡ଼ାଏ ଯୋଜନା କରି ଳୋକଙ୍କୁ ବହୁ ସାହାଯ୍ୟ କରୁଥିବା ବେଳେ ସୁମିତ୍ରା ବୁଡେକଙ୍କୁ ଘର ଖଣ୍ଡିଏ ନ ମିଳିବା ବହୁ ବହୁତ ଦୁଃଖର ବିଷୟ ବୋଲି ଅଂଚଳବାସୀ ପ୍ରକାଶ କରନ୍ତି । ସରକାରଙ୍କ ପାଖକୁ ଯିବା ପାଇଁ ଆଉ ଶକ୍ତି ନାହିଁ, କାରଣ ତାଂକୁ ଅନେକ ପ୍ରକାର ରୋଗ ଆକ୍ରାନ୍ତ କରି ସାରିଛି । ସରକାର ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ଘର ଖଣ୍ଡିଏ ଦିଆଯିବା ଆବଶ୍ୟକ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ କେତେ ଦିନ ପରେ ସୁମିତ୍ରାଙ୍କ ଦୁଃଖ ବୁଝିବେ ସରକାରୀ, ବାଟ ଚାହିଁ ବସିଛନ୍ତି ଅଂଚଳବାସୀ ।

Leave A Reply

Your email address will not be published.