pakka

କାଠଗଣ୍ଡି ଚୋରା ଚାଲାଣ ବେଳେ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଲା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବନଖଣ୍ଡ ଅଞ୍ଚଳରୁ ଗତକାଲି ମୂଲ୍ୟବାନ କାଠଗଣ୍ଡି ଏକ ମହେନ୍ଦ୍ର ପିକ୍‌ଅପ୍‌ ଭ୍ୟାନରେ (ସିଜି ୧୩ ଏଜେ୦୮୦୪) ଚୋରା ଚାଲାଣ ବେଳେ ବଡ଼ମାଳ ବନଖଣ୍ଡ ଚେକ୍‌ଗେଟ୍‌ରେ ବନ ବିଭାଗ ଓ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଥିଲେ । ଗାଡି ଚାଳକକୁ ପଚରାଉଚରା ପରେ ଏହାର କୌଣସି କାଗଜ ପତ୍ର ନ ଥିବା ଜଣାପଡିଥିଲା । ଜବତ କାଠଗଣ୍ଡି ୫୫.୭୯୭ ସେଫ୍‌ଟି ଏବଂ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୯୦ ହଜାର ଟଙ୍କା ବୋଲି ଜଣାପଡ଼ିଛି । ମହେନ୍ଦ୍ର ପିକ୍‌ଅପ୍‌ ଭ୍ୟାନ ଓ କାଠଗଣ୍ଡି ଜବତ୍ କରିବା ସହ ଚାଲକକୁ କୋର୍ଟ ଚାଲାଣ କରାଯାଇଛି ।

jay balangir
Leave A Reply

Your email address will not be published.

four × 3 =