pakka

ପିଡିଏସ୍‌ ଚାଉଳ ହଡ଼ପ ଘଟଣା : ତଦନ୍ତ ଓ ଦୃଢ଼ ପଦକ୍ଷେପ ପାଇଁ ଗରିବ ସେନା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ପିଡିଏସ୍‌ ଚାଉଳ ହଡ଼ପ ଘଟଣାର ତଦନ୍ତ ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନୂଆପଡ଼ା ଜିଲ୍ଲା ଗରିବ ସେନା ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ତରଫରୁ ଉପଜିଲ୍ଲାପାଳ ତରଣୀସେନ ନାୟକଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ଗରିବ ଲୋକଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ପ୍ରତି ପରିବାରକୁ ଚାଉଳ ଯୋଗାଉଛନ୍ତି । ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ଚାଉଳକୁ ଅଧିକାରୀ ଓ କିଛି ବ୍ୟକ୍ତି ହଡ଼ପ କରିବା ଅତ୍ୟନ୍ତ ଦୁଃଖଦାୟକ । ଅନ୍ୟପଟେ ପଞ୍ଚାୟତ ଘରେ ଚାଉଳ ନରଖି ଅନ୍ୟତ୍ର ଚାଉଳକୁ ରଖାଯାଇଥିଲା । ଏବେ ଘଟଣା ଲୋକଲୋଚନକୁ ଆସିବାରୁ ଚାଉଳ ବଦଳରେ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଛି । ୨ମାସ ପର୍ଯ୍ୟନ୍ତ ଚାଉଳ ଦିଆଯାଇ ନଥିବା ଘଟଣାକୁ ଉପରିସ୍ଥ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଏଣୁ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ଓ ବ୍ୟକ୍ତିଙ୍କ ଉପରେ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ ଆଗାମୀ ଦିନରେ ବାଧ୍ୟହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ମଙ୍ଗରାଜ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

five × four =