csstore

ଖୁଣ୍ଟପାଲିରୁ ମଗୁରବେଡା ରାସ୍ତାରେ ଟ୍ରାକ୍ଟର ସହ ଲକ୍ଷଧିକ ଟଙ୍କାର ଶାଗୁଆନ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ବଲାଙ୍ଗିର ରେଞ୍ଜ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କଲା ସମୟରେ ଖୁଣ୍ଟପାଲିରୁ ମଗୁରବେଡା ରାସ୍ତାରେ ଟ୍ରାକ୍ଟର ସହ ଲକ୍ଷଧିକ ଟଙ୍କାର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଖୁଣ୍ଟପାଲି, ମଗୁରବେଡା ରାସ୍ତାରେ ଏକ ଟ୍ରାକ୍ଟର ନମ୍ୱର ଓଡି ୦୩ ୟୁ ୩୧୯୯ରେ ୧୪ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଗାଡ଼ିକୁ ଧରିଥିଲେ । ଅନ୍ଧାର ରାତିର ସୁଯୋଗ ନେଇ ଡ୍ରାଇଭର ସହିତ ଅନ୍ୟମାନେ ଟ୍ରାକ୍ଟର କାଠ ଗାଡ଼ି ଛାଡ଼ି ପଳାଇଥିଲେ । ପରେ ଜବତ କରି ଗାଡ଼ିକୁ ବଲାଙ୍ଗିର ରେଞ୍ଜ ବନ ବିଭାଗ ନେଇ ଆସିଥିଲେ । ଏହି ଗାଡ଼ି ସହିତ କାଠକୁ ସିଜ୍ କରି କେସ୍‌ ରୁଜୁ କରାଯିବ । ଟ୍ରାକ୍ଟର କାହାର ନାମରେ ଅଛି ସେ ଉପରେ ଆରଟିଓକୁ ମଗାଯାଇଛି ହେଲେ ଏହାର ମାଷ୍ଟର ମାଇଣ୍ଡ କିଏ ଓ କେଉଁଠିକୁ ନେଉଥିଲା ତାହା ଜଣାପଡ଼ିନାହିଁ । ଏହି ଚଢ଼ାଉରେ ସଦର ରେଞ୍ଜର କେଶବ କିଶୋର ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ବ୍ୟାସ ଦେବ ସାହୁ, ଜେନା ରାଉତ, ଭବାନୀ ସ୍ୱାଇଁ, ରଞ୍ଜିତ କୁମ୍ଭାର, ଅଶୋକ ସେଠ୍, ଉଲ୍ଲାସ ସେଠୀ ସହିତ ପାରା ଷ୍ଟାଫ୍ ସହିତ ଅନ୍ୟ କ୍ରମଚାରୀ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ସେ ଲୋଅର ସୁକତେଲ ବୁଡି ଅଞ୍ଚଳର ଜଙ୍ଗଲରୁ ମାସକ ଭିତରେ ମୂଲ୍ୟବାନ ଗଛ ସବୁ କଟା ଯାଇ ଚୋରା ଚାଲାଣ ହେଉଛି । ବାରମ୍ବାର କାଠ ଗାଡ଼ି ଧରା ଯାଉଥିଲେ ମଧ୍ୟ କାଠ ଚୋରି ବନ୍ଦ ହେଉନାହିିଁଁ ।

jayashree
Leave A Reply

Your email address will not be published.