ମୁଣ୍ଡପଳାରେ ‘ଦୁଗ୍ଧ ଚାଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ଦେଓଗାଁ ବ୍ଲକ ଅର୍ନ୍ତଗତ ମୁଣ୍ଡପଲା ଗାଁରେ ଏକ ହଜାର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳକ ଯନ୍ତ୍ର ସ୍ଥାପନ, ଦୁଗ୍ଧ ଶିତଳକ କେନ୍ଦ୍ର ଓ ମିଲକ୍‌ ବାଇକ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡ. ସରୋଜ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଦେଓଗାଁ ତହସିଲଦାର, ବିଡ଼ିଓ, ପ୍ରାଣୀ ଚିକିତ୍ସକ ଉପସ୍ଥିତ ଥିଲେ । ଏହି ଦୁଗ୍ଧ ଶିତଳକ କେନ୍ଦ୍ର ସ୍ଥାପନ ଦ୍ୱାରା ୪ଟି ସମିତିର ୨୫୦ଜଣ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ । ଏହି ଅବସରରେ ଉକ୍ତ ଅଞ୍ଚଳର ଦୁଗ୍ଧ ଚାଷୀଙ୍କୁ ନେଇ ‘‘ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ’’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଦୁଗ୍ଧ ଚାଷୀଙ୍କୁ ଗୋ-ସମ୍ପଦର ବିକାଶ ଦ୍ୱାରା ନିଜସ୍ୱ ସାମାଜିକ ଓ ଆର୍ଥିକ ବିକାଶ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ସୁବିଧା-ଅସୁବିଧାର ଆଲୋଚନା, ଅଗ୍ରଣୀ ଦୁଗ୍ଧ ଚାଷୀଙ୍କୁ ପୁରସ୍କାର ବିତରଣ, ଦୁଗ୍ଧ ସମିତିର ସମସ୍ତ କାଗଜପତ୍ର ସରଂକ୍ଷଣ ଦୁଗ୍ଧ ସଂଘ ଓ ଦୁଗ୍ଧ ସମିତି ଉପରେ ନିର୍ମିତ ଚଳଚିତ୍ର ପ୍ରଦର୍ଶନ ଇତ୍ୟାଦି କରାଯିବା ପାଇଁ ସ୍ଥିର କରାଯାଇଥିଲା । ପ୍ରତ୍ୟେକ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସମିତିରେ ଏହି କାର୍ଯ୍ୟକ୍ରମ କରାଯାଇ ଦୁଗ୍ଧ ଚାଷୀଙ୍କୁ ସଚେତନତା କରିବାକୁ ପ୍ରୟାସ କରାଯିବ । କାର୍ଯ୍ୟକ୍ରମରେ ଦୁଗ୍ଧ ସଂଘର କର୍ମଚାରୀଙ୍କ ସହ ୨୫୦ଜଣ ଦୁଗ୍ଧ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 + six =