jsm

ଜାତୀୟ ମୁଏଥାଇ ୨୦୨୨- ବରଗଡକୁ ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ସହ ସମୁଦାୟ ୭ଟି ପଦକ : ସମ୍ବର୍ଦ୍ଧିତ ହେଲେ ପ୍ରତିଯୋଗୀ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନେସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ” ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ମଧ୍ୟପ୍ରଦେଶର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମଠାରେ ୧୬ ରୁ ୨୨ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ୟୁ.ଏମ.ଏ.ଆଇ ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା ୨୦୨୨ । ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା “ଓଡିଶା ମୁଏଥାଇ ୟୁନିଅନ” ଏକ ୫୮ ଜଣିଆ ଦଳ (୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ) ସେଥି ମଧ୍ୟରେ ବରଗଡ ଆର୍ଟ୍ସ ଟେମ୍ପଲର ବିଭିନ୍ନ ବୟସ-ବିଭାଗ ଓ ଓଜନ-ବର୍ଗରେ ଭାଗ ନେଇ ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଦେଇ ଗୌରବାନ୍ୱିତ କରିଛନ୍ତି । ୩ଟି ରୌପ୍ୟ ପଦକ ବିଜୟୀ ମଧ୍ୟରେ ଶ୍ରୀୟନସ ପଣ୍ଡା, ଶାଶ୍ୱତ ଡାଙ୍ଗ, ଏମ.ଡି. ସର୍ଫରଜ ଖାଁ ଏବଂ ୪ଟି କାଂସ୍ୟ ପଦକ ବିଜେତାଙ୍କ ମଧ୍ୟରେ ଉମେଶ କୁମାର ପ୍ରଧାନ, ଅଭିଶେଖ ପାରୁଆ ଯାଦବ, ଅନୁପ ସୁନା ଓ ସୁମିତ କୁମାର ମହାନନ୍ଦ ରହିଛନ୍ତି । ଓଡିଶା ଦଳର ଶୃଙ୍ଖଳାପୂର୍ବକ ପ୍ରଦର୍ଶନ ନେଇ “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ଓଡିଶା ରାଜ୍ୟକୁ ସ୍ୱତନ୍ତ୍ର ରୂପେ ସମ୍ମାନିତ କରାଯାଇଛି । ତତ୍‌ ସହିତ ଓଡିଶାରୁ ଜାତୀୟ ରେଫରୀ ଭାବେ ବରଗଡର ଚନ୍ଦ୍ର ଶେଖର ବାହୁକଙ୍କୁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ଯୋଗେ ସମ୍ମାନିତ କରାଯାଇଛି । ଏହି କୃତି ପ୍ରତିଯୋଗୀମାନଙ୍କୁ ରାଜ୍ୟ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ମୁଏଥାଇ ୟୁନିୟନର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ ରାଜ୍ୟ ସଂଘ ଯୁଗ୍ମ ସମ୍ପାଦକ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କ ସହ ଜାତୀୟ ରେଫରୀ ଭାବରେ ମନୋନୀତ ହୋଇଥିବା ଚନ୍ଦ୍ର ଶେଖର ବାହୁକ, ଦଳୀୟ ମ୍ୟାନେଜର ଭାବରେ ଯାଇଥିବା ରାଜେନ୍ଦ୍ର ପ୍ରସାଦ ଭୋଇ, ସୁଧୀର ବାରିକ, ରୁପେଶ ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.