csstore

ଲୋଇସିଂହା ବ୍ଲକ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଲୋଇସିଂହା ବନ ବିଭାଗ ତରଫରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ କୁମାର ବେହେରା, ସରକାରୀ ଓକିଲ ପ୍ରୀତିରଞ୍ଜନ ସାହୁ, ରେଞ୍ଜ ଅଧିକାରୀ ପାଉଲ ହରପାଲ, ଏବିଡ଼ିଓ ବିଜୟ ହୋତା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.