oom

ଶ୍ରଦ୍ଧା ତରଫରୁ ସଚେତନତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ତରଫରୁ ସେକ୍ଟର ୧୬ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଆଇନଗତ ଅଭିଭାବକ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିସ୍ୱ ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ସବ୍‌ଡିଭିଜନ୍‌ର ଏସଏସଏସଓ ସୁନିଲ୍ କୁମାର ନାଏକ ମୁଖ୍ୟ ଅତିଥି, ଦିବ୍ୟାଙ୍ଗ ଅଭିଭାବକ ସଂଘର ସଭାପତି ଗଗନ ବିହାରୀ ଧଳ, ରାଜଗାଙ୍ଗପୁର ହୋପ୍‌ର ସଂପାଦକ ଆଶୀର୍ବାଦ ସାମଲ ଓ ସାମାଜିକ କର୍ମୀ ସୁନିତା ମୁଖାର୍ଜୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାପତି ଶ୍ରୀ ଚାଟାର୍ଜୀ ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଅତିଥିମାନେ ଆଇନଗତ ଅଭିଭାବକ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଦିବ୍ୟାଙ୍ଗଙ୍କ ଅଭିଭାବକମାନେ କିପରି ଆଇନଗତ ସହାୟତା, ସୁବିଧା ପାଇପାରିବେ ସେ ସଂପର୍କରେ ଦିଗ୍‌ଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦିବ୍ୟାଙ୍ଗଙ୍କ ଅଭିଭାବକମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସୁଜାତା ରାଉତ, ପ୍ରିତୀ ବାରିକ, ଅଞ୍ଜଳୀ ମହାରଣା, ସୁକୁମାର ପାଣ୍ଡବ, ଜନ ଟପ୍ପୋ, ଦୁର୍ଯ୍ୟୋଧନ ଛତ୍ରିଆ, ବର୍ଷା ସାହୁ, ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ, ଅଶୋକ ବଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.