jsm

ବ୍ୟାଙ୍କିଙ୍ଗ ସେବା ଓ ଋଣ ସମ୍ପର୍କିତ କର୍ମଶାଳା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ନେଇ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ମହିଳା ସରପଞ୍ଚ ମମତା ବେହେରା ସଭାପତିତ୍ୱ କରିଥିବା ବେଳେ ସେବା ସମବାୟ ସମିତି ସଂପାଦକ ଏସ ବିଜୟ, ସଭାପତି ଜୟଦେବ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ସମିତି ଡାଇରେକ୍ଟର କାମ୍ପ ଗୌଡ଼, ଟି ଲକ୍ଷ୍ମୀ ଚରଣ, ବରିଷ୍ଠ ଚାଷୀ ଆର କୃଷ୍ଣ ମୃତ୍ତି ଏବଂ ବାଉରୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର ଚାଷୀମାନେ ନିଜର ଚାଷ ପାଇଁ କେମିତି ଋଣ ପାଇ ଫସଲ କରିବେ ଏବଂ ବ୍ୟାଙ୍କ ସେବା ପାଇବେ ତାହା ଆଲୋଚନା ହୋଇଥିଲା । ଚାଷୀ କିଭଳି ସ୍ୱାବଲମ୍ବୀ ହେବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ସମ୍ପାଦକ ବୈଠକରେ କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତାହା ଆଲୋଚନା ହୋଇଥିଲା । ଏହି ବୈଠକରେ ୫୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.