pakka

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

bbehera
  • ସଂଗୀତ ଜୀବନକୁ ପ୍ରାଣବନ୍ତ କରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାହିତ୍ୟ ବିଭାଗର ଉପସଭାପତି ଡ. ସନାତନ ପ୍ରଧାନଙ୍କ ସଂଯୋଜନା ଓ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଓଡିଶୀ ନୃତ୍ୟ ସଂଗୀତର ବିଶେଷତ୍ୱ ଓ ଗୁରୁ ପଙ୍କଜ ଚରଣ ଦାସଙ୍କ ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପାଣି କହିଲେ ଯେ ଗୀତ ନୃତ୍ୟ ଓ ବାଦ୍ୟର ସମାବେଶରେ ସଂଗୀତ ସୃଷ୍ଟି । ସୃଷ୍ଟିର ଆରମ୍ଭରୁ ସଂଗୀତ ଓ ନୃତ୍ୟ ସୃଷ୍ଟି ହୋଇଛି । ଏହା ସହ ମହାଯାଗତିକ ଓ ପ୍ରାକୃତିକ ସଂଗୀତ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଓଡିଶୀ ନୃତ୍ୟକୁ ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବପ୍ରସାଦ ଦାସ, ଗୁରୁ ଅରୁଣା ମହାନ୍ତି, ଗୁରୁ ପ୍ରିୟମ୍ବଦା ମହାନ୍ତି, ଗୁରୁ ସୋନାଲ ମହାନ୍ତି ପ୍ରମୁଖ କିପରି ଶୀର୍ଷରେ ପହଞ୍ଚାଇଛନ୍ତି ଓ ସାରେଗାମାପାଧାନିର ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗାଳ୍ପିକ ଭୂପେନ ମହାପାତ୍ର ‘ମ୍ୟାଜିକ ଦୋକାନ’ ନାମରେ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସସ୍ମିତା ପ୍ରଧାନ, ରଶ୍ମି ସାହୁ ଓ ଡ. ଜୟନ୍ତୀ ପାଢୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ କରାଯାଇଥିଲା । ଏଥିରେ କୁଞ୍ଜବିହାରୀ ରାଉତ, ଗୌତମ ଦାସ, ସୁଶାନ୍ତ କୁମାର ନାୟକ, ଅଟମ ରଥ, କରୁଣାକର ପାଟ୍ଟଶାଣୀ, ଅଶୋକ ପଟ୍ଟନାୟକ ଓ ବୀଣାପାଣି ରଥ ତଥା ସଂଯୋଜିକା ତ୍ରୟ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂପାଦକ ଅଶୋକ କୁମାର ବଳ ଅତିଥିଙ୍କ ପରିଚୟ ଓ ଶେଷରେ ଅନ୍ୟତମ ସଂପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡା. ବସନ୍ତ ଦାସ, ମନୋଜ ପଣ୍ଡା, ବସନ୍ତ କୁମାର ନାୟକ, ଅର୍ଚ୍ଚନା ମହାନ୍ତି, ଅଭୟ କୁମାର ଦାସ, ପ୍ରଦୀପ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ବବିତା ମହାପାତ୍ର, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଜ୍ଞାନେନ୍ଦ୍ର କୁମାର ଦାଶ, ଉମାକାନ୍ତ ପ୍ରଧାନ, ପର୍ଶୁରାମ ପଟ୍ଟନାୟକ, କିଶୋରୀ ମୋହନ କର, ରାଜକୁମାର ମହାନ୍ତି, ଟୁକୁଲା ପାଢୀ, ବିଚିତ୍ରା ନନ୍ଦ ସାହୁ, ପ୍ରତାପ ରାୟ, ଅକ୍ଷୟ ସାମଲ, ଆର୍ତ୍ତତ୍ରାଣ ମହାପାତ୍ର, ସଂଜୀବ କୁମାର ଭୋଇ, ରାଧାକାନ୍ତ ମିଶ୍ର, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty + seventeen =

error: Content is protected !!