pakka

ପୋଲିସ ଉପରେ ଡ୍ରାଇଭର ସଂଘର ଆକ୍ରମଣ ଘଟଣାରେ ୧୫ ଜଣଙ୍କୁ କୋର୍ଟ ଚାଲାଣ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକାରୀମାନେ ନିୟୋଜିତ ପୋଲିସ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ଉପରେ ଡ୍ରାଇଭର ସଂଘର ଆକ୍ରମଣ ଘଟଣାରେ ୧୫ଜଣଙ୍କୁ ଚମାଖଣ୍ଡି ଥାନା କେସ ନମ୍ବର ୮୯ରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୪୭/୧୪୮/୧୮୬/୩୦୭/୨୯୪/୫୦୬/୨୮୩/୩୫୩/୩୩୨/୩୩୩/୧୨୦ଖ/୧୪୯ରେ ଛତ୍ରପୁର ଏସଡ଼ିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ଏଥିରେ ମୁଦଲାମାନଙ୍କ ତରଫରୁ ନିରାକାର ମାଳି, ଚୈତନ୍ୟ ପ୍ରଧାନ ଓ ସୁରେଶ ସେନାପତି ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଉକ୍ତ ମାମଲାର ଗମ୍ଭୀରତାକୁ ନଜର କରି ଜାମିନ ଆବେଦନ ଖାରଜ କରାଯାଇଥିଲା । ସରକାରଙ୍କ ତରଫରୁ ଏହି କେସଟିକୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ପରିଚାଳନା କରୁଥିଲେ ।

Leave A Reply

Your email address will not be published.

one + nineteen =