jsm

କଳାହାଣ୍ଡି କୃଷି ମହାବିଦ୍ୟାଳୟ ଯୁବ ପ୍ରେରଣା କର୍ମଶାଳା

csstore

ଭବାନୀପାଟଣା : କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ଯୁବ ପ୍ରେରଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଅନୁଷ୍ଠାନର ଡିନ ସପନ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଏଲ କେ ଦାସ ସ୍ଵାଗତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ପ୍ରେରଣା ଦେଇଥିଲେ । ମୃତ୍ୟୁଞ୍ଜୟ ଦାସ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକପ୍ରିୟ ପ୍ରେରଣାଦାୟୀ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ଛାତ୍ର ଏବଂ ଯୁବକମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ତଥ୍ୟ ସହିତ ବିଜ୍ଞାନର ନୂତନ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ପ୍ରଥମ ବର୍ଷ, ଦ୍ଵିତୀୟ ବର୍ଷ ଏବଂ ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଅନୁଷ୍ଠାନର ଡ. ବି ସିହ୍ନା, ଡ.ସିମଲି ଦାସ, ଡ.ଏସ କେ ନାୟକ, ଡ. ଆର୍.କେ. ରାଉତ, ଡ. ୟୁ କେ ବେହେରା, ଡ. ତେଜସ୍ଵୀନୀ ମାଝୀ, ଡ. ବି ପି ଗନ୍ତାୟତ, ଇଁ ସ୍ମୃତି ହାଁସଦା, ଡ. ରଶ୍ମିତା ଟପୋ, ଡ. ରାଜୀବ ଲୋଚନ ମହାରଣା, ଡ. ସୁଜନି ବେହେରା, କମଳ ରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ପାଢି, ପର୍ଶୁରାମ ଦାସ, ଅନିଲ କୁମାର ପଟ୍ଟନାୟକ, କାହ୍ନୁ ଚରଣ ସୋରେନ, ବାପି ସାହୁ, ସୀତା ମଣି ହାଁସଦା, ରୁକ୍ମିଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଡିନ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିବା ଅବକାଶରେ ଶିକ୍ଷା ସହିତ ପ୍ରେରଣା ଦାୟୀ ବକ୍ତବ୍ୟ କର୍ଯ୍ୟକ୍ରମ ଅନୁଷ୍ଠାନରେ ନିୟମିତ ବ୍ୟବଧାନରେ କରିବାର ପ୍ରତିଶ୍ରୁତି ଦେଇଥିଲେ ଡିନ ପ୍ରଫେସର ଏସ କେ ତ୍ରିପାଠୀ ।

yuvodaya
Leave A Reply

Your email address will not be published.