jsm

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

csstore

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଦ୍ରୌପଦୀ ମୁର୍ମୁଙ୍କୁ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ବିଜୟର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

ଏହାସହ ପିଏମ ମୋଦୀ ଟ୍ୱିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଭାରତ ଇତିହାସ ରଚିଛି । ଭାରତର ୧.୩ ବିଲିୟନ ଲୋକେ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି, ସେତେବେଳେ ପୂର୍ବ ଭାରତର ଏକ ଦୂର ଅଞ୍ଚଳରେ ଜନ୍ମ ହୋଇଥିବା ଆଦିବାସୀ ସମୁଦାୟରୁ ଆସୁଥିବା ଭରାତର ଝିଅ ଆମର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି’ ।

ପିଏମ ମୋଦୀ କହିଛନ୍ତି, ‘ଦ୍ରୌପଦୀ ମୁର୍ମୁଙ୍କ ଜୀବନ, ତାଙ୍କର ପ୍ରାରମ୍ଭିକ ସଂଘର୍ଷ, ତାଙ୍କର ସମୃଦ୍ଧ ସେବା ଏବଂ ତାଙ୍କ ଅନୁକରଣୀୟ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ। ସେ ଆମର ନାଗରିକ, ବିଶେଷକରି ଗରିବ ଏବଂ ଦଳିତଙ୍କ ପାଇଁ ଆଶାର କିରଣ ହୋଇ ଉଭା ହେବେ’।

yuvodaya
Leave A Reply

Your email address will not be published.