csstore

ସାଉଁନ୍ତପୁର କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ସାଉନ୍ତପୁର କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସାଉନ୍ତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱବେଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନର ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ଏହିପରି ସାମଗ୍ରୀର ବ୍ୟବହାର ଦ୍ଵାରା ଶିକ୍ଷାର୍ଥୀଙ୍କ ଶିକ୍ଷଣ ଆନନ୍ଦଦାୟକ, ଆଗ୍ରହଦ୍ଦୀପକ ହେବା ସଙ୍ଗେ ସଙ୍ଗେ ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇପାରିବ । ଏହି କାର୍ମଶାଳାରେ ଶିକ୍ଷକ ଜୟଚନ୍ଦ୍ର ପଟେଲ, ବିଶ୍ଵ ପ୍ରସାଦ ପଢାନ, ପୂଜା ଦେହେରୀ, ଶ୍ରିଲିକା ବେହୁରା, ନମିତା ପ୍ରଧାନ, ସଂଯୁଷ୍ରୀ ନାଏକ, ଜ୍ୟୋତ୍ସ୍ନା ରାଣୀ ଭୋଇ, ମିନତି ସାହୁ, ପ୍ରବୀଣ କୁମାର ବାରିକ, ଜ୍ୟୋତ୍ସ୍ନା ପଟେଲ, ଜିତେନ୍ଦ୍ରିୟ ପଟେଲ, ବସନ୍ତ କୁମାର ବେହେରା, ଚୌଧୁରୀ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.