ଆପ୍‌ର ବରଗଡ଼ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଟାଉନ୍‌ ହଲ୍‌ରେ ଆମ୍‌ ଆଦ୍‌ମୀ ପାର୍ଟିର ବରଗଡ଼ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଏବଂ ପଞ୍ଜାବ ପରେ ଓଡ଼ିଶାରେ ଅଙ୍କ କଶୁଛି ଆମ୍‌ ଆଦ୍‌ମୀ ପାର୍ଟି । ମେକ୍‌ ଇଣ୍ଡିଆ ନଂ ୧ ନାରା ସହିତ ପ୍ରତ୍ୟେକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରିବା ସହ ସବୁ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ କରୁଛି ଆପ୍‌ । ବରଗଡ଼ ଜିଲ୍ଲାର ଉକ୍ତ ସମ୍ମିଳନୀରେ ବରଗଡ଼ ଜିଲ୍ଲାର ପ୍ରାୟ ୧୨ଟି ବ୍ଲକ୍‌ରୁ ପ୍ରାୟ ୨୦୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ଦିଲ୍ଲୀ ଏବଂ ପଞ୍ଜାବ ମଡ଼େଲକୁ ପ୍ରତ୍ୟେକ ଘରକୁ ପହଞ୍ଚାଇ ସଂଗଠନ ସୁଦୃଢ଼ କରିବ ଆପ୍‌ । ଏସବୁ କାମରେ ପ୍ରଭାବିତ ଆମ୍‌ ଆଦ୍‌ମୀ ପାର୍ଟିରେ ଅନେକ କୃଷକ ଏବଂ ପୂର୍ବତନ ବିଜେଡ଼ି ଛାତ୍ର ନେତା ଅବିନାଶ ବାଗଙ୍କ ସମେତ ଶତାଧିକ ନୂତନ କର୍ମକର୍ତ୍ତା ଦଳରେ ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ସୁରଥ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ଯାଜପୁରର ଲଢ଼ୁଆ ସାଥୀ ଦୁର୍ଗା ଚରଣ ବାରିକ ଯୋଗଦେଇଥିଲେ । ଏଥିରେ ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ଏବଂ ସମସ୍ତ ବ୍ଲକ୍‌ ସଭାପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − 15 =

error: Content is protected !!