ଗାୟତ୍ରୀ ପରିବାର ବଲାଙ୍ଗିର ପକ୍ଷରୁ ଯୁବ ଚେତନା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଠିକାଦାରପଡା ସ୍ଥିତ ପ୍ରୋଗ୍ରେସିଭ କ୍ଲବ ଠାରେ ଏକ ଯୁବ ଚେତନା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଚାରପତି କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ପାଣ୍ଡବ ଜେନା ଓ ସନ୍ତୋଷ କୁମାର ଜେନା ତଥା ବଲାଙ୍ଗିରର ବରିଷ୍ଠ ସଦସ୍ୟ ଯୁଗଳ କିଶୋର ଝା ମଞ୍ଚାସୀନ ଥିଲେ । ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଶିବିର କାର୍ଯ୍ୟ ପରିଚାଳିତ ହୋଇଥିଲା । ତବଲାରେ ନିମାଇଁ ଚରଣ ତାଣ୍ଡି ସଙ୍ଗତ କରିଥିଲେ । ଅତିଥିମାନେ ଗାୟତ୍ରୀ ପରିବାରରେ ସମର୍ପଣ ମନୋଭାବ ନେଇ ନିଜ ତଥା ସମାଜ କଲ୍ୟାଣ କାର୍ଯ୍ୟରେ ବ୍ରତୀ ହେବାକୁ କହିବା ସଙ୍ଗେ ସଙ୍ଗେ ସମାଜରୁ କୁସଂସ୍କାର ଦୂର କରିବା ଦିଗରେ ଯୁବକଙ୍କୁ ଆଗଭର ହୋଇ କର୍ତ୍ତବ୍ୟ କରି ଚାଲିବାକୁ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ଶାନ୍ତନୁ ପାତ୍ର, ଅସମାନ, ଛବିଳ ବଗର୍ତ୍ତୀ, ସତ୍ୟନାରାୟଣ ଗୁପ୍ତା, ବୀଣାପାଣି ଉଦ୍‌ଗାତା, ମୋକ୍ଷଦା ଶର୍ମା, ନଳିନୀ ତ୍ରିପାଠୀ, ତ୍ରିପୁରା ସିଂ, ସୁଶୀଳା, ରଞ୍ଜିତା, ସନ୍ତୋଷ ଦାଶ, ବୃନ୍ଦାବନ ରଣା ଓ ବଙ୍କେଲାଲ ବାଗ ପ୍ରମୁଖ ଥିଲେ ।

Leave A Reply

Your email address will not be published.

5 × 5 =

error: Content is protected !!