pakka

ଦେଓଗାଁ ବ୍ଳକ ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଛତାପିପଲା ଆମ୍ବତୋଟା ନିକଟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ନବ ନିର୍ବାଚିତ ସରପଞ୍ଚକୁ ନେଇ ବୈଠକ ଅନୁ‌ଷ୍ଠିତ ହୋଇଥିଲା । ଏହି ବୈଠକରେ ନବ ନିର୍ବାଚିତ ସରପଞ୍ଚଙ୍କୁ ସ୍ବାଗତ କରାଯାଇଥିବା ବେଳେ ପୂରାତନ ସରପଞ୍ଚଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବୈଠକରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ୧୨ ନମ୍ବର ଜୋନ ଜିଳ୍ଲାପରିଷଦ ସଭ୍ୟା ମମତା କୁମୁରା, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ତଥା ଦେଓଗାଁ ବ୍ଳକ ବିଜେଡି ସଭାପତି ସୁଶିଲ ଚାନ୍ଦ ସହ ପୁରାତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଜୟ ରଣା, ବାଳକ ପଧାନ, ସ୍ବୟଂମ୍ବର ମେହେର, ଧୁବଲେଶ୍ବର ରାଉତ, ବଡ଼ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦେଓଗାଁ ବ୍ଳକ ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ବନ୍ଧପଡ଼ା ସରପଞ୍ଚ ଗୋପାଳ ମିଶ୍ରଙ୍କୁ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଦେଓଗାଁ ସରପଞ୍ଚ ନୀନା ଛତ୍ରିଆ, ସଂପାଦକ ଭାବେ ବଡ଼ବାହାଲ ସରପଞ୍ଚ ଜୋତ୍ସାମୟୀ ରଣା ଓ କୋଷାଧ୍ୟକ୍ଷ ଭାବେ ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କୁ ଚୟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

17 + eighteen =