pakka

ମାନବିକତା ଦେଖାଇଲେ ସଇଁତଲାର ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ : ବିଭିନ୍ନ ମହଲରେ ପ୍ରଶଂସା

bbehera

ସଇଁତଲା, (ପ୍ରମୋଦ ସେଲମା) : ଆଜି ସଇଁତଲା ଥାନା କୁମ୍ଭାରୀ କାନ୍ଦୁଲସରଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ବାଇକ ମୁଁହାମୁଁହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସଇଁତଲା ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ବେଳପଡା ବ୍ଲକରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ପଡି ରହିଥିବା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସଇଁତଲା ଡାକ୍ତରଖାନାକୁ ଆଣିଥିଲେ । ଏଥିରେ ଆହତ ବ୍ୟକ୍ତିମାନେ ସଇଁତଲାର ସରୋଜ ମିଶ୍ର (୪୮) ତାଙ୍କ ପୁଅ ଶିବ ମିଶ୍ର (୨୪) ଓ କୁମ୍ଭାରୀ ପଞ୍ଚାୟତର କୁମ୍ଭେକେଲା ଗାଁର ଆଦିତ୍ୟ ବାଗ (୩୬) ବୋଲି ଜଣାପଡିଛି । ସେମାନଙ୍କୁ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରି ସରପଞ୍ଚ ସୁବ୍ରତ ନାଗ ଯାଦବ ମାନବିକତା ଦେଖାଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

jay balangir
Leave A Reply

Your email address will not be published.

one × four =