pakka

ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶିକେଶନ ଥିଲା : ହେମନ୍ତ ପଣ୍ଡା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶି କେଶନ ଥିଲା ବୋଲି ସୂଚନା କର୍ମୀ ହେମନ୍ତ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମମିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ପୋଡିବା ପରେ କଲେଜ ପରିସରରେ ପୋତି ଦିଆଯାଇଥିଲା । ଜଘନ୍ୟ ହତ୍ୟାକାଣ୍ଡରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ଉଠିବା ସହ ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ସରକାରୀ ସହାୟତା ଓ ଅନୁଦାନକୁ ନେଇ ଅନେକ ଆଲୋଚନା ହୋଇଥିଲା ଓ ମହାବିଦ୍ୟାଳୟ ପ୍ରତି ଅହେତୁକ ସରକାରୀ ଅନୁକମ୍ପାର ଅଭିଯୋଗ ମଧ୍ୟ ଉଠିଥିଲା । ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ସୂଚନା ଅଧିକାର ଆଇନ ସହାୟତାରେ ଏ ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ସୂଚନା ଅଧରକାର ତଥ୍ୟରୁ ଜଣାପଡିଛି ଯେ, ସମଗ୍ର ରାଜ୍ୟରେ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପାଞ୍ଚ ବର୍ଷ ମଧ୍ୟରେ ପରୀକ୍ଷା କେନ୍ଦ୍ରର ମାନ୍ୟତା କେବଳ ମହାଲିଙ୍ଗ କଲେଜକୁ ମିଳିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ସୂଚନା କର୍ମୀ ପଣ୍ଡାଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ମହଲିଙ୍ଗ କଲେଜ ରାଜ୍ୟ ସରକାରଙ୍କ ଏକୋଇର ବଳା ବିଶି କେଶନ ଥିଲା ବୋଲି ପଣ୍ଡା କହିଛନ୍ତି । ମହାଲିଙ୍ଗ କଲେଜକୁ ପରିକ୍ଷା କେନ୍ଦ୍ରରେ ପରିଣତ କରିବା ପାଇଁ କିଏ ସୁପାରିଶ କରିଥିଲେ ଏହି ତଥ୍ୟ ପରିଷଦ କାର୍ଯ୍ୟାଳୟରେ ମିଳି ପାରୁନାହିଁ ବୋଲି କୁହାଯାଇଛି । ମହାଲିଙ୍ଗ କଲେଜରେ ୨୦୧୩ ମସିହାରେ ଫିଜକ୍ସ ଓ କେମିଷ୍ଟ୍ରି ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହାଦ୍ୱାର ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଶ୍ନପତ୍ର ଲିକକୁ ନେଇ ୮ ମାର୍ଚ୍ଚ ୨୦୧୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମାର୍ଚ୍ଚ ୭ରେ ହୋଇଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ମାର୍ଚ୍ଚ ୯ରେ ହେବାକୁ ଥିବା କେମିଷ୍ଟ୍ରି ପରୀକ୍ଷାକୁ ମାର୍ଚ୍ଚ ୩୦କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ପରୀକ୍ଷା କମିଟି ବୈଠକରେ ପାସ୍‌ କରାଯାଇଥିବା ପ୍ରସ୍ତାବରେ ପରୀକ୍ଷା କେନ୍ଦ୍ର ବିଷୟରେ ଶଦ୍ଦଟିଏ ମଧ୍ୟ ଉଲ୍ଲେଖ ନାହିଁ । ସୂଚନା କର୍ମୀ ପଣ୍ଡା ପୁଣି ଉଲ୍ଲେଖ କରିଛନ୍ତି ଯେ, ଗୋଲାମୁଣ୍ଡା ବ୍ଲକରେ ମହାଲିଙ୍ଗ ଅବସ୍ଥିତ । ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଗୁଡିକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୫-୧୬ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ସମୁଦାୟ ୨ କୋଟି ୨୯ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କେବଳ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଓ ଡିଗ୍ରି କଲେଜକୁ ୬୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏକ ପଛୁଆ ଅଞ୍ଚଳର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବିକାଶ ପରିଷଦ ଅନୁଦାନ ପାଇବା ପାଇଁ ଚାତକ ପକ୍ଷୀ ପରି ଚାହିଁ ରହିଥିବା ବେଳେ ଏହି ନିର୍ଦ୍ଦିଷ୍ଟ ମହାଲିଙ୍ଗ କଲେଜକୁ ସର୍ବାଧିକ ରାଶି ପ୍ରଦାନ କରାଯିବା ସରକାରୀ ପ୍ରୀୟାପ୍ରୀତି ତୋଷଣର ନଗ୍ନ ରୂପ ବୋଲି ପଣ୍ଡା କହିଛନ୍ତି । ବିକାଶ ପରିଷଦ ଅନୁଦାନ ଟଙ୍କାରେ ନିର୍ମାଣ କରାଯାଇଥିବା ଖେଳ ପଡିଆରେ ମମିତାଙ୍କୁ ପୋଡି ପୋତି ଦିଆଯାଇଥିବା ଭଳି ସମ୍ବେଦନଶୀଳ ଖବର ଲୋକ ଲୋନକୁ ଆସିଥିଲା । ସରକାରୀ ବ୍ୟବସ୍ଥା ସହିତ ହତ୍ୟାକାଣ୍ଡ ଅଭିଯୁକ୍ତର ନିବିଡ ସମ୍ପର୍କ ଥିବା ଏହି ସବୁ ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ପଣ୍ଡା କହିଛନ୍ତି । ଏହି ମହାବିଦ୍ୟାଳୟକୁ ସରକାରୀ ବ୍ୟବସ୍ଥାର ନିକଟତର କରିବା ପାଇଁ ଯେଉଁମାନଙ୍କର ହାତ ରହିଛି ସେମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ପଣ୍ଡା ଦାବୀ କରିନ୍ତି ।

jay balangir
Leave A Reply

Your email address will not be published.

4 × two =