pakka

ପଲସାଗୋରାରେ ବିଶ୍ଵ ନାଟ୍ୟ ଦିବସ ଅନୁଷ୍ଠିତ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା ପଲସଗୋରାଠାରେ ବିଶ୍ୱନାଟ୍ୟ ଦିବସ ଇଣ୍ଟରନେସନାଲ ଥିଏଟର, କଣ୍ଟାମାଲ ପକ୍ଷରୁ ପାଳିତ ହୋଇଯାଇଛି । ନାଟ୍ୟକାର ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚକ ଭାବେ ରଂଜୁ ଅମାତ, ଅନୁଷ୍ଠାନର ସଭାପତି ଜୟ କୁମାର ମହାରଣା, ସାମ୍ବାଦିକ ଭାର୍ଜନ କୁମାର ପ୍ରଧାନ, ବରିଷ୍ଟ କଳାକାର ମନୋଜ ମହାନ୍ତି ପ୍ରମୁଖ ଯୋଗଦେଇ ନାଟକ ହିଁ ଜୀବନକୁ ବଦଳେଇ ଥିବା କଥାକୁ ମତବ୍ୟକ୍ତ କରିଥିଲେ । ଅତୀତରେ ମଞ୍ଚ ନାଟକ କ୍ଷେତ୍ରରେ ପଲସାଗୋରା, ଖଟଖଟିଆ, ଗୁଡ଼ଭେଳି ପଦର ଅଞ୍ଚଳରେ କିପରି ମଞ୍ଚ ନାଟକକୁ ବଞ୍ଚେଇ ରଖିଛନ୍ତି, ସେ ସମ୍ପର୍କରେ ଆଲୋଚନା କରିବା ସହ ଆଜିର ଦିନରେ ମଞ୍ଚ ନାଟକର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଜଗତ ମୋହନ ପ୍ରଧାନ, ଅଚ୍ୟୁତ ଖମାରି, ଜୟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ସାନ୍ଧ୍ୟ ୬.୩୦ ମି.ରେ ଏକ ଦୀପ ପ୍ରଜ୍ଵଳନ ହୋଇଥିଲା ଏଥିରେ ଭକ୍ତରାମ ଗୁରୁ, ରାମଚନ୍ଦ୍ର ମଲିକ, ବାବୁଲା ମେହେର, ରାମଚନ୍ଦ୍ର ପଣ୍ଡା, ଚିନୁ ମହାପାତ୍ର, ଅଶୋକ ମହାନ୍ତି, ଜଗତ ମୋହନ ପ୍ରଧାନ, ଅଚ୍ୟୁତ ଖମାରି, ଜୟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 1 =