csstore

କର୍ଲାମୁଣ୍ଡା ହାଇସ୍କୁଲର ୨୦୦୪ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୨୦୦୪ ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ରାଉତ, ପ୍ରଦୀପ୍ତ ଷଡ଼ଙ୍ଗୀ, ବସନ୍ତ ପଟ୍ଟନାୟକ, କିରାଣୀ ଅମ୍ଵିଲାଲ ସାହୁ, ଖେଳ ଶିକ୍ଷକ ବେଣୁଧର ନାଗ, ଶିକ୍ଷକ ସୁଦର୍ଶନ ସାହୁ, ଅଶ୍ଵିନ କୁମାର ସାହୁ, ସେବକ ଅଭି ସାହୁ, ସୁବାଷ ସାହୁ, ବିପ୍ର ସାହୁ ଯୋଗଦେଇ ଦୀର୍ଘ ୨୦ ବର୍ଷ ବିତିଯାଇଥିଵାର ସ୍ମୃତିକୁ ମନେପକାଇ ଥିଲେ । ସମସ୍ତ ଶିକ୍ଷକମାନଙ୍କୁ ୨୦୦୪ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକମାନଙ୍କ ଦ୍ୱାରା କୁନୀ ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ମଞ୍ଚ ପରିଚାଳନା ସାମ୍ବାଦିକ ନବୀନ କିଶୋର ସାହୁ, ହେମନ୍ତ ସାହୁ ଓ ବିକ୍ରମ ସାହୁ କରିଥିବା ବେଳେ ଜଗମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.