ପଟୁଆପାଲିରେ ସିଲ୍‌ଭର୍‌ ଜୁବ୍‌ଲି କ୍ରିକେଟ କପ୍‌ ଉଦ୍‌ଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ସୁରେନ୍ଦ୍ର ସାଏ ସ୍ପୋର୍ଟସ୍‌ ପଟୁଆପାଲି ଆନୁକୁଲ୍ୟରେ ୨୫ତମ ମଧୁସୂଦନ ମେମୋରିଆଲ ସିଲ୍‌ଭର୍‌ ଜୁବ୍‌ଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସରପଞ୍ଚ ପଟୁଆପାଲି ରବିଚନ୍ଦ୍ର ବସ୍ତିଆ ଓ ଉଦ୍ୟୋକ୍ତା ଦଶରଥ ଡ଼ାଙ୍ଗ ଓ ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମ ମ୍ୟାଚ୍‌ ପଟୁଆପାଲି ଭ୍ୟାଟ୍‌ରନ୍‌ ଓ ବାଦୀପୁଡ଼ିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ରବି ବସ୍ତିଆ ସ୍ୱର୍ଗତ ମଧୁସୂଦନ ଡାଙ୍ଗଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେବାକୁ ସ୍ଥିର ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଅଟଲ ମିଶ୍ର, ପ୍ରଶାନ୍ତ ବେହେରା, ରବୀନ୍ଦ୍ର କଣ୍ଟା, ସୁଧୀର କୁମ୍ଭାର, ପ୍ରଦୀପ ମିଶ୍ର, ଅର୍ଜୁନ ଅମାତ, ଜୟନ୍ତ ମିଶ୍ର, ବସନ୍ତ ପୋଢ଼, ରାଜ କିଶୋର, ରଶ୍ମୀ ରଞ୍ଜନ, କାର୍ତ୍ତିକ କଣ୍ଟା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen + 10 =