csstore

ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ବ୍ଳକ କିଷାନ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ବର୍ଷାର ଦେଖା ଦେଉନ ଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ଧାର କରଜ ଆଣି ଚାଷୀ ଚାଷ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷାର ଦେଖା ଦେଉ ନାହିଁ । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କିଷାନ କଂଗ୍ରେସ ସଭାପତି ଉତ୍ତମ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆନ୍ଦୋଳନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇ ଥିବା ବେଳେ ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା ପାଇଁ ତହସିଲଦାର ଯୁଗେଶ୍ଵର ଧରୁଆଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ମରୁଡି ସହାୟତା ଯୋଗାଇଦେବା, ଧାନର ସର୍ବନିମ୍ନ ସହାୟତା ମୂଲ୍ୟକୁ ବୃଦ୍ଧି କରାଯାଉ, ରବି ଚାଷ ପାଇଁ ସମସ୍ତ ଚାଷୀଙ୍କୁ ମାଗଣାରେ ବିହନ, ସାର ଯୋଗାଇ ଦିଆଯାଉ, ଅଞ୍ଚଳରେ ଯୋଗାଇଥିବା ସାର କଳା ବଜାରି ତୁରନ୍ତ ବନ୍ଦ କରି ସରକାର ଚାଷୀଙ୍କୁ ଉଚିତ ମୂଲ୍ୟରେ ସାରା ଯୋଗାଇ ଦେବା ସହ ଅନେକ ପ୍ରସଙ୍ଗ ଦାବୀପତ୍ରରେ ଉଲ୍ଲେଖ ରହିଛି । ତେବେ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେଇ ଚାଷୀଙ୍କୁ ସମସ୍ୟା ସମ୍ପର୍କରେ ସମାଧାନ କରିବାକୁ ଚାଷୀ ମହଲରେ ଦାବୀ କରିଛନ୍ତି । ଏଥିରେ ଯୁବ ନେତା ସୁବ୍ରତ ବେହେରା ସଭା ପରିଚାଳନା କରିଥିବା ବେଳେ ଦୁଃଖ ସାହୁ, ଗୋପାଳ ମନହୀରା, ଟଙ୍କଧର ଧରୁଆ, ପ୍ରମୋଦ ଅଗ୍ରୱାଲ, ଧନମତ ନନ୍ଦ, ଉମାକାନ୍ତ ରଣା, ରଞ୍ଜିତ ସିଂ, ସତ୍ୟ ପଣ୍ଡା, ଜ୍ଞାନ ରଞ୍ଜନ ସରାଫ, କୃଷ୍ଣ ସାହୁ, ଗଦାଧର ସାହୁ, ବିନୟ ସାହୁ, ନରେଶ ରଣା, ଧ୍ରୁବ ରଣା, ସନ୍ତୋଷ ପୁଟା, ସଦାଶିବ ମାଝୀ, ମିନି କେତନ ସେଠ ସମେତ ଶତାଧିକ କର୍ମୀ ଓ ଚାଷୀମାନେ ଉପସ୍ଥିତ ଥିବା ବେଳେ ଶେଷରେ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.