ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କିରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ୩୯ତମ ମା’ ଦୁର୍ଗାଙ୍କ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରତିଦିନ କମିଟି ତରଫରୁ ରଣାପଡାରୁ ଆସିଥିବା ଘୁମୁରା ପରିବେଷଣ ଓ ନାଟକ, ଦଣ୍ଡନୃତ୍ୟର ଆୟୋଜନ କରାଯାଇଥିଲା । ବିଜୟାଦଶମୀରେ ମା’ଙ୍କୁ ବିସର୍ଜନ ହୋମ କରିବା ପରେ ବଡବାଙ୍କି ଗାଁର ରଣାପଡା ପାଖରେ ଥିବା ଖେଳ ପଡିଆଠାରେ ପରଂପରାରୁ ଚାଲି ଆସୁଥିବା ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଡ଼ବାଙ୍କି ଆଖପାଖ ଅଞ୍ଚଳର ଅନେକ ଭକ୍ତ ଲାଖବିନ୍ଧା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବହୁତ ସମୟ ପରେ ଲାଖବିନ୍ଧା କାର୍ଯ୍ୟକ୍ରମରେ ବଡବାଙ୍କି ଗ୍ରାମର (ନାଏକପଡା) ଦୟା ଭୋଇ ଖମ୍ବରେ ଝୁଲୁଥିବା ନଡିଆକୁ ଶରବିଦ୍ଧ କରିଥିଲେ । କମିଟି ତରଫରୁ ତାଙ୍କୁ ନୂଆ ଧୋତି ଗାମୁଛା ଦେବା ସହିତ କିଛି ପୁରସ୍କାର ପ୍ରଦାନ କରାଯାଇଥିଲା । ପୂଜାକୁ ସଫଳ କରିବାରେ କମିଟିର ସଭ୍ୟ ଶାନ୍ତି ଧାରୁଆ, ଗୁପ୍ତେଶ୍ୱର ବେହେରା, ଗୌତମ ମାଝୀ, ଖଗେଶ୍ୱର ଧାରୁଆ, ପୂଜକ କହ୍ନେଇ ପଣ୍ଡା, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Next Post