lika

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମାଗଣା ବୁଷ୍ଟର ଡୋଜ୍‌ କାର୍ଯ୍ୟକ୍ରମ ଆୟୋଜିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ଚିମିନିଭାଟି ଶାସ୍ତ୍ରୀ କ୍ଲବ ପରିସରରେ ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ୩୩୦ ଜଣ ଟୀକା ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ୱାର୍ଡ ନଂ.୭ କାଉନସିଲର ଶମ୍ଭୁ ନାଗ ଏବଂ ୱାର୍ଡ ନଂ. ୬ କାଉନସିଲର ପିଙ୍କି କବାଟ ତଦ୍ ସହିତ ପ୍ରେସିଣ୍ଡେଟ ସିଡବ୍ଲୁସି ମେମ୍ବର, ଆର୍‌ଟିଡି. ଡ. ଗୋଦାବରିଶ ଦାସ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କୋଭିଡ-୧୯ର ପ୍ରଥମ ଡୋଜ୍ ଯେପରି ଗୁରୁତ୍ୱପୂର୍ଣ୍ଣ ଏହି ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ତେଣୁ ଯେଉଁମାନେ ଏହା ନେଇ ନାହାନ୍ତି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ଟୀକାକରଣ କେନ୍ଦ୍ରକୁ ଯାଇ ଟୀକା ନିଅନ୍ତୁ ବୋଲି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଆଜି ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ୍‌ ଟୀକାକରଣ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ପ୍ଲାଷ୍ଟିକ୍ ବର୍ଜ୍ଜନ ଏବଂ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ନିମନ୍ତ୍ରିତ ଅତିଥିମାନଙ୍କୁ ମାଟିରେ ତିଆରି ଗମଲାରେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରି ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ଜନ କରି ମାଟି କାମ ହେଉ କିମ୍ବା ବୃକ୍ଷ ରୋପଣ ହେଉ ଏଭଳି ବିଷୟକୁ ଗୁରୁତ୍ୱ ଦିଅନ୍ତୁ ଯାହା ଆମ ପାଇଁ ତଥା ଆମ ପରିବେଶ ପାଇଁ ଉପଯୁକ୍ତ ବୋଲି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନର ସରିତା ଦାଶ, ମମତା ଜେନା, ଶ୍ରାବଣୀ ମେହେର, ନିବେଦିତା ଜନ, ନୂତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.