pakka

ଦେଓଗାଁ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସହନୀୟ ବିକାଶ ପାଇଁ ମୌଳିକ ବିଜ୍ଞାନ : ସମ୍ଭାବନା ଓ ଆହ୍ୱାନ’ ବିଷୟରେ ସେମିନାରରେ ୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବୁଢାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଦୀପ ସାହୁ, ବଡଙ୍ଗୋମୁଣ୍ଡା ଉଚ୍ଚ ବିଦ୍ୟାଳୟର ଚାପ ବଗର୍ତ୍ତୀ, କୁଡାସିଂହା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ମେହେର, ମାଡେକେଲା ଉଚ୍ଚ ବିଦ୍ୟାଳୟର ଚିତ୍ତରଞ୍ଜନ ମିଶ୍ର ବିଚାରପତି ଭାବେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଏବିଇଓ ଅଜିତ ମିଶ୍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଧଣ୍ଡାମାଲର ଅଙ୍କିତା ମିଶ୍ର ପ୍ରଥମ, ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଦେଓଗାଁର ଅଭିଷେକ ପଣ୍ଡା ଦ୍ୱିତୀୟ ଓ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟର ଅଙ୍କିତ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ବ୍ଲକସ୍ତରୀୟ ବିଜ୍ଞାନ ସଂଯୋଜକ ବିଭୂତି ଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × 3 =