csstore

ବ୍ରାହ୍ମଣଡିହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଯୁବ ତାରକା ଅନୁଷ୍ଠାନ ଯୁବକମାନଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ରୂପେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବିଜେପି ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ଯୁବ ଆଇନଜୀବୀ ଚିନ୍ମୟ ପଣ୍ତା, ମଣ୍ତଳ ସଭାପତି କେତନ ମେହେର, ରାଜବୋଡାସମ୍ବର ବ୍ଲକ ସରପଞ୍ଚଙ୍କ ସଂଘର ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ସମାଜସେବୀ ପ୍ରବୀଣ କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ସଭାପତି ତଥା ସଂଯୋଜନା ରାଜେନ୍ଦ୍ର କୁମାର ମହାନ୍ତି ସଭା ପରିଚଳନା କରିଥିଲେ । ସର୍ବ ପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଶିଷ୍ଟ କବି ଭଗବାନ ମଲ୍ଲିକ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରକାଶ ଚିନ୍ଦା ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ବ୍ରାହ୍ମଣଡିହି ଗ୍ରାମର ଯୁବକମାନଙ୍କର କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗାଁର ଦିବ୍ୟାଙ୍ଗ ଯୁବକ ମେଘୁ ତମଲିଆଙ୍କ ନୃତ୍ୟ ସମସ୍ତଙ୍କୁ କନ୍ଦେଇ ଦେଇଥିଲା । ଅଶୋକ କୁମ୍ଭାର, ମନୋଜ ଚିରଗୁନା, ଗଜାନନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ କୁମାରୀ ଜ୍ୟୋତି ଲିପସାଙ୍କ ପଞ୍ଚରସୀ ନୃତ୍ୟ, ବରପାଲି ମହୁପାଲିର ଘୁଡକା ନୃତ୍ୟ ଅତି ରମଣୀୟ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଗବାନ ମଲ୍ଲିକ ଏକ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ ରାଜେନ୍ଦ୍ର କୁମାର ମହାନ୍ତି ଓ ରିଙ୍କୁ ମେହେର । ଶେଷରେ ପ୍ରକାଶ ଚିନ୍ଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.