pakka

ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସୋନପୁର ସରକାରୀ ପଲିଟେକନିକ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ରଛାତ୍ରୀଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ପଲିଟେକନିକ ସୋନପୁର ଦ୍ୱାରା ଅଦ୍ୟ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଡିପ୍ଲୋମା ଆଡ଼ମିସନ ପ୍ରୋଗ୍ରାମ (୨୦୨୨-୨୩) ଏବଂ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାରେ ଉପଲବ୍ଧ ସୁବିଧା ସୁଯୋଗ ବିଷୟରେ ଅବଗତ କରାଯାଇଥିଲା । ଏଥି ସହିତ ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାଵକମାନଙ୍କ ସୂଚନା ପାଇଁ ସୋନପୁର ସହରର ବଡ଼ଝିଙ୍କି ସ୍ଥିତ ଏକ ମାତ୍ର ସରକାରୀ ପଲିଟେକନିକ ଶିକ୍ଷା ଅନୁଷ୍ଠାନ ବିଷୟରେ ତଥ୍ୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଗୌର ହରି ସାହୁ ଏବଂ ସିଭିଲ ଇଞ୍ଜିରିଂନିଅରିଙ୍ଗ ବିଭାଗର ମୁଖ୍ୟ ପଦ୍ମ ଲୋଚନ ବେହେରା, ପିପିଟି ମାଧ୍ୟମରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ ।

jay balangir
Leave A Reply

Your email address will not be published.

19 − 11 =