ପାଇକମାଲ ଆଦର୍ଶ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେଛୋଦାଦର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷ ଯଦି ଆମେ ନ ଲଗାଇବା ତେବେ ଆମ ପରିବେଶ ପରିବର୍ତ୍ତନ ସହ ଜଳ ସଂକଟ ଦେଖାଦେବ । ଆମେ ବିଶୁଦ୍ଧ ଅମ୍ଳଜାନ ପାଇପାରିବା ନାହିଁ । ତେଣୁ ଚାରା ରୋପଣ କରି ତାର ଯତ୍ନ ନେବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାଇକମାଲ ବନପାଳ ଖେଳପ୍ରିୟ ସାହୁ ଯୋଗଦାନ କରି ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିଥିଲେ । ସଭା କାର୍ଯ୍ୟରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଦୀପ୍ତିମୟୀ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ତରୁଣ କୁମାର ଦାସ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ନାଏକ ମଞ୍ଚାସୀନ ଥିଲେ । ଅଧ୍ୟାପକ ଅବିନାଶ ମହାନନ୍ଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five + 5 =