pakka

ବିଜେପି ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଚଗାଁ ମା’ ଦ୍ୱାରସେହ୍ନୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ବିଜେପି କୁରସୁଡ ମଣ୍ଡଳର ବୁଥ୍‌ ସଶକ୍ତିକରଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ସୁରେଶ ପୁଜାରୀ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ୯ ନମ୍ବର ଜୋନ ପ୍ରଭାରୀ ବିପିନ ଠାକୁର, ଜିଲ୍ଲା ପରିଷଦ ପ୍ରାର୍ଥୀ ରାଜୁ ଦାଶ, ପୂର୍ବତନ ମଣ୍ଡଳ ସଭାପତି ବିଦୁର ବେହେରା ତଥା ବିଜେପିର ବହୁତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen + 3 =