csstore

୧୯୯୩ ବ୍ୟାଚ୍‌ ଆପ୍ରେଣ୍ଟିସ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାର୍ଚ୍ଚ ମାସ ୧୯୯୩ ମସିହାରେ ଟ୍ରେଡ ଆପ୍ରେଣ୍ଟିସ ଭାବେ ରାଉରକେଲା ଇସ୍ପାତ କାରଖାନା (ସେଲ)ରେ ଯୋଗ କରିଥିବା ସାଙ୍ଗସାଥିମାନେ ଦୀର୍ଘ ପ୍ରାୟ ୨୯ ବର୍ଷ ପରେ ପୁଣି ଏକାଠି ହୋଇ ସେକ୍ଟର ୧୮ ସୋସିଆଲ ହୋମ (ରାଉରକେଲା)ରେ ସପରିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦୀପ ପ୍ରଜ୍ୱଳନ ସହିତ ଉତ୍କଳ ସଙ୍ଗୀତ ଗାନ ଓ ତା’ପରେ ଇହ ଜଗତରେ ନଥିବା ବନ୍ଧୁମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ନିଜ ନିଜର ଭାବ ଆଦାନ ପ୍ରଦାନ ସହିତ ନାଚ, ଗୀତ, ଖେଳ ଓ ଭୋଜିଭାତର ଆୟୋଜନ କରି ବଡ଼ ଆନନ୍ଦ ଉଲ୍ଲାସରେ ନିଜର ପୁରୁଣା ସ୍ମୁତିକୁ ମନେ ପକାଇ ଅତି ଭାବ ବିହ୍ଵଳ ମୁହୂର୍ତ୍ତ ଅତିବାହିତ କରିଥିଲେ । ଶେଷରେ ସମସ୍ତେ ଏକାଠି ହୋଇ ଶପଥ ନେଲେ ଯେ, ଏହାକୁ ପ୍ରତିବର୍ଷ ପାଳନ କରିବେ । ଏଥିରେ ଅଜିତ କୁମାର ପୃଷ୍ଟି, ଲଙ୍ଗୁଳି ଚରଣ ବେହେରା, ସଞ୍ଜୟ ମହାପାତ୍ର, ପ୍ରତାପ ଚନ୍ଦ୍ର ସ୍ୱାଇଁ, ପ୍ରଭାତ କୁମାର ଜେନା, ସତ୍ୟବାନ ଖୁଣ୍ଟିଆ, କେଶବ ଚନ୍ଦ୍ର ସାହୁ, ସମୀର କୁମାର ମିଶ୍ର, ବସନ୍ତ ମଲ୍ଲିକ, ସନ୍ତୋଷ କୁମାର ସାହୁ, ସୁଶାନ୍ତ କୁମାର ମିଶ୍ର, ସରୋଜ କୁମାର ମିଶ୍ର ଓ ଅନ୍ୟ ସାଙ୍ଗ ସାଥିମାନେ ମିଶି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.