om academy

‘ଉତ୍ତମ ଚରିତ୍ର, ଶୃଙ୍ଖଳା ଛାତ୍ରର ଭୂଷଣ ଅଟେ’

jsm

ଖପ୍ରାଖୋଲ, (ଅଶୋକ ବାଗ) : ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟ ସଂସ୍କୃତି ଧିରେ ଧିରେ କଳୁଷିତ ହେବାରେ ଲାଗିଛି । ଆମ ସଂସ୍କୃତିରେ ବାପା, ମାଆ, ଗୁରୁ ଏବଂ ଅତିଥିଙ୍କୁ ଭଗବାନ ମର୍ଯ୍ୟାଦା ଦିଆଯାଇଛି । ନୈତିକତା ଓ ମୂଲ୍ୟବୋଧ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ଅଟେ । ଉତ୍ତମ ଚରିତ୍ର ଶୃଙ୍ଖଳା ଛାତ୍ରର ଭୂଷଣ ଅଟେ ବୋଲି +୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଛି । ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅର୍ଥନୀତି ଅଧ୍ୟାପିକା ମଧୁସ୍ମିତା ସାହୁ, ଇତିହାସ ଅଧ୍ୟାପିକା ସୁନନ୍ଦା ଭୋଇ, ରାଜନୀତି ବିଜ୍ଞାନ ଅଧ୍ୟାପିକା ମୀନା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦାୟୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ସିନ୍ଦୁର, ଚନ୍ଦନ, ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ହରିଶଙ୍କର ମହାପ୍ରଭୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପୂଜା ଅର୍ଚ୍ଚନା କରାଯାଇଥିଲା । ସୋନମ ରାଉତ, ଶିଖାରାଣୀ ପଧାନ, ଆଶାରାଣୀ ସାହୁ, ଗୀତାଞ୍ଜଳି କଟା, ବହ୍ନି ବେହେରା, ଦମୟନ୍ତୀ ନନ୍ଦ, ପୂଜା ବରିହା ବିଦାୟ ସଂଗୀତ ଗାନ କରିଥିଲେ । ଶୁଭମ ଦଣ୍ଡସେନା, ଜଳେଶ୍ୱର ହଂସ, ଛନ୍ଦାଚରଣ ଧରୁଆ, ରାଜେଶ ସାହୁ, ଶ୍ରାବଣୀ ବରିହା, ସ୍ୱପ୍ନା ବରିହା, ବାଳକୃଷ୍ଣ ପୁଞ୍ଜି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.