csstore

ତମାଖୁ ବ୍ୟବହାର ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତମାଖୁ ସେବନ ହ୍ରାସ ତଥା ଜନସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆଣି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍‌ଚରାଲ୍ ସେର୍ (ପିକକ୍‌) ଓ କୋଆଲିସନ୍ ଫର୍ ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ ନଳବର ୮, ଆସ୍କାଠାରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ତମାଖୁର ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜନ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଲୋକସଭା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମର ଏଡିପିଏଚ୍ଓ ଡ଼. ହରମୋହନ ପଣ୍ଡା, ଆସ୍କାର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନୀତା ସାଇଁ, ପିକକ୍‌ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏବଂ ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶୀକା ଅନୁରାଧା ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.