csstore

ତାଳଚେର ସୌନ୍ଦର୍ଯ୍ୟକରଣ ଏବଂ ପ୍ରଶାସନ ଦ୍ୱାରା ଆୟୋଜିତ ପଥ ଉତ୍ସବ କାର୍ଯ୍ୟକ୍ରମ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଧୂଳି ଧୂଆଁର ସହର କୋଇଲା ନଗରୀ ତାଳଚେରର ସୌନ୍ଦର୍ଯ୍ୟ ନିମନ୍ତେ ତାଳଚେର ପ୍ରଶାସନ ଇତି ମଧ୍ୟରେ ଅଣ୍ଟା ଭିଡିଥିବା ପରିଲକ୍ଷିତ ହୋଇଛି । ବହୁ ପୁରାତନ ତାଳଚେର ରାଜବାଟିର ରକ୍ଷଣା ବେକ୍ଷଣ କରିବା ସହ ବହୁ ଚର୍ଚ୍ଚିତ ରାଜବାଟି ପ୍ରବେଶ ଦ୍ୱାର ଯାହାକି ଇଟାଲିୟ କାରିଗରୀ ଶୈଳୀରେ ନିର୍ମିତ ଏବଂ ଅଗଣିତ ବସ୍ତୁ ପ୍ରେମୀଙ୍କୁ ବର୍ଷ ବର୍ଷ ଧରି ଆକୃଷ୍ଟ କରି ଆସୁଅଛି, ପ୍ରଶାସନର ଉଦ୍ୟମ ଫଳରେ ପୁଣି ଥରେ ପୂର୍ବ ଗୌରବ ଓ ସୌନ୍ଦର୍ଯ୍ୟକୁ ଫେରେଇ ଆଣିବାରେ ସମର୍ଥ ହୋଇଛି । ଏହି ପଥ ଉତ୍ସବ କାର୍ଯ୍ୟକ୍ରମ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ଉପଜିଲ୍ଲାପାଳ ବିଶ୍ୱ ମୋହନ ରଥଙ୍କ ଅକ୍ଲାନ୍ତ ଉଦ୍ୟମର ଫଳ ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ବୋଲି ଆଲୋଚନା ହେବା ସହିତ ବୁଦ୍ଧିଜୀବୀ ମହଲରେ ଖଣି ଜନିତ ଅତିଷ୍ଟ ପ୍ରଦ୍ୟୁଷଣ ପ୍ରତି ତାଳଚେର ରାଜନେତା ଓ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.