କଟାବାହାଲରେ ସୁରଭି-୨୦୨୨ କାର୍ଯ୍ୟକ୍ରମ ସମାପନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ କ୍ଲଷ୍ଟରର ସୁରଭି-୨୦୨୨ ଆନୁଷ୍ଠାନିକ ଭାବେ ସଂପନ୍ନ ହୋଇଯାଇଛି । ନେତାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ କଟାବାହାଲ ସିଆରସିସି ପ୍ରଶାନ୍ତ କୁମାର ଦୀପ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ ଚତୁର୍ଥରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଜୁନିୟର ଗ୍ରୁପ ଓ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ସିନିୟର ଗ୍ରୁପରେ ଭାଗକରି ବିତର୍କ, ସୃଜନୀଲିଖନ, ସଂଗୀତ, କୁଇଜ୍, ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର, ଶ୍ରୁତଲିଖନ, ପ୍ରବନ୍ଧ ଲିଖନ ପ୍ରଭୃତି ପ୍ରତିଯୋଗିତା ମାନ କରାଯାଇଥିଲା । ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି । ସମାପନ ସମାରୋହରେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ଯୋଗଦାନ ପୂର୍ବକ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରରେ ପ୍ରତିଭା ପ୍ରଦର୍ଶନ କରି ବିଜୟୀ ହେବାପାଇଁ ଉତ୍ସାହିତ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ସଂଗୀତ ନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବଶ୍ରୀ ସୁଦର୍ଶନ ବାରିକ, ନବୀନ ବରିହା ଓ କଂଗ୍ରେସ ପ୍ରଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.

fourteen − 7 =

error: Content is protected !!