ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସୁରକ୍ଷାବାହିନୀର ମିଳିତ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ତେବେ ପୋଲିସ, ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରିବା ପରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଭୟଭୀତ ହୋଇ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ଏହି
ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

Leave A Reply

Your email address will not be published.

5 × 3 =

error: Content is protected !!