ଗାଈକୁ କାଞ୍ଜିଆହୁଦାକୁ ନିଆଯିବା ପରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗାଈ ପାଇଁ ଶୋଇ ପଡ଼ିଲେ ବୃଦ୍ଧା

ସୋନପୁର, (ପ୍ରଭୁଦତ୍ତ ରଥ) : ଗାଈକୁ କାଞ୍ଜିଆହୁଦାକୁ ନିଆଯିବାରୁ ଫେରାଇ ଆଣିବାକୁ ଆଜି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରୀ କରିଛନ୍ତି ଜଣେ ବୃଦ୍ଧା । ଶେଷରେ ଜିଲ୍ଲାପାଳ ବୃଦ୍ଧାଙ୍କୁ ତାଙ୍କ ପ୍ରିୟ ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁଯାୟୀ ୨୦ ବର୍ଷ ହେଲା ସୁବର୍ଣ୍ଣପୁର ମେଡିକାଲ ବାରଣ୍ଡାରେ ତରାସ ବାଘ ନାମ୍ନୀ ଜଣେ ବୃଦ୍ଧା ରହୁଥିବା ବେଳେ ସେ ଏକ ବୁଲାଗାଈକୁ ନିଜର କରିଥିଲେ । ଭିକ ମାଗି ଯାହା ଖାଆନ୍ତି, ଗାଈଟିକୁ ମଧ୍ୟ ଦିଅନ୍ତି । ଗୋଟିଏ ପତ୍ରରେ ମଧ୍ୟ ଗାଈ ସହ ଖାଉଥିଲେ । ହେଲେ ବୁଲାଗାଈଟିକୁ କାଞ୍ଜିଆହୁଦାକୁ ନିଆଯିବା ପରେ ଆକୁଳ ନିବେଦନ କରିଛନ୍ତି ବୃଦ୍ଧା । ତେବେପ ଗାଈ ଫେରିବା ପ୍ରତିଶ୍ରୁତି ପାଇବା ପରେ ବୃଦ୍ଧାଙ୍କ ମନ ବୁଝିଛି ।

Leave A Reply

Your email address will not be published.

19 − 6 =