pakka

ଜେଲରେ ମିଳିବ କନ୍ଧମାଳ ହଳଦୀ

bbehera

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ । ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି । ସୁପରିଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଜେଲ ପରିସରରେ ଅଟା, ହଳଦୀ ଓ ବେସନ ପାଇବା ପାଇଁ ଏକ ୟୁନିଟ୍‌ ସ୍ଥାପନ କରାଯାଇଛି । ବାହାରୁ କଞ୍ଚା ସାମଗ୍ରୀ ଆଣି ନିୟମିତ ଭାବେ ମେଶିନରେ ପେଷାଯିବ । ପରେ ୫ କେଜିଆ ପ୍ୟାକେଟ କରାଯାଇ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହେବ । ବଜାର ଚାହିଦା ଅନୁସାରେ ଉତ୍ପାଦନ ବୃଦ୍ଧି କରାଯିବ । କେତେକ କଏଦୀ ଏହି ୟୁନିଟ୍‌ରେ କାମ କରି ରୋଜଗାର କରିପାରିବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଜେଲ ପରିସର ବିକ୍ରୟ କେନ୍ଦ୍ରରେ ଖଦିର ରୁମାଲ, ବ୍ୟାଗ୍‌, ବେଡଶିଟ୍‌ ଆଦି ବିକ୍ରି ହୋଇଆସୁଛି ।

jay balangir
Leave A Reply

Your email address will not be published.

13 − 6 =

error: Content is protected !!