p purohi

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

dr. purohit

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ମିଳିଛି । ସେ ବିଭିନ୍ନ ସାମାଜିକ ସଂଗଠନ ସହ ସକ୍ରିୟ ଭାବରେ ଜଡିତ ରହି ରକ୍ତ ଦାନ, ସ୍ୱଚ୍ଛ ଭାରତ ଅଭିଯାନ, ମହିଳାଙ୍କ ସ୍ଥିତିର ଉନ୍ନତି ପାଇଁ ସଚେତନତା ସୃଷ୍ଟି କରିବା, ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ କ୍ଲାସ୍ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ସହିତ ସେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି । କୋଭିଡ- ୧୯ ମହାମାରୀ ସମୟରେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରି ସମାଜ ପାଇଁ ଏକ ଉତ୍ତମ ବାର୍ତ୍ତା ଦେଇଥିଲେ । ଆଜି ବିହାର ରାଜ୍ୟ ସରଣର ବିବେକାନନ୍ଦ ହଲରେ ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.