pr

କୋଶଲ ସେନା କଳାହାଣ୍ଡିରୁ ଡୁଲେ ରେପର ନାଁରେ କୋକସରା ଥାନାରେ ଏତଲା

dr. purohit

କଳାହାଣ୍ଡି, (ଭରତ ବିଶି) : ଡୋଳେଶ୍ୱର ତାଣ୍ଡି ଓରଫ ଡୁଲେ ରେପର ଦିନେ ଶ୍ରମିକ ମାନଙ୍କ ଦୁଃଖକୁ ରେପ୍ ଗୀତ ମାଧ୍ୟମରେ ଗାଇ ବେଶ୍ ଚର୍ଚ୍ଚାରେ ଥିଲେ । ଓଳିଉଡର ଅନେକ ବଡ ବଡ କଲାକାର ଠୁ ପ୍ରଶଂସା ସାଉଁଟି ଥିଲା । ବୁଧବାର ଦିନ ରାତିରେ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏକ ଅଶୋଭନୀୟ ରାପ୍ ଗୀତ ରିଲିଜ କରିଥିଲେ । ଯେଉଁ ଗୀତରେ ନାରୀ ସମାଜ, କଳାହାଣ୍ଡିର ସ୍ୱାଭିମାନକୁ ଗଭିର ଭାବରେ ଆଘାତ ଦେଇଛି । ଗୁରୁବାର ଦିନ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଥିଲା । କିଏ ରାନୁ ମଣ୍ଡଲ ୦୨ କହୁଥିବା ବେଳେ, କିଏ ଘୁଷୁରୀ ପଙ୍କରେ ଶୋଇବା କେବେ ଛାଡିବକି ବୋଲି ଆକ୍ଷେପ କରିଛନ୍ତି । ଏହାକୁ ନେଇ କୋକସରା ଅଞ୍ଚଳର ଅନେକ ମହଲରେ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଏବଂ କୋଶଲସେନା କଲାହାଣ୍ଡି ପକ୍ଷରୁ ଭରତ ବିଶି, କିଶନ ପଟ୍ଟନାୟକ, ଦେବେନ୍ଦ୍ର ମାଝୀ, ମହେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ରହି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.